ବାରିପଦା : ଫକିର ମୋହନ କଲେଜ ଛାତ୍ରୀ ସୌମ୍ଯାଶ୍ରୀ ବିଶି(୨୦) ଙ୍କ ଆତ୍ମାହୂତି ଘଟଣାରେ ବାମନଘାଟି ଉପଖଣ୍ଡ ଵିଜେଡି ର ସମସ୍ତ ଶାଖା ତରଫରୁ ଆଜି ମଙ୍ଗଳବାର ଅପରାହ୍ନ ୫ ଘଟିକା ରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଛକରେ ବିକ୍ଷୋଭ କରାଯିବା ସହ ଅଧଘଣ୍ଟାଏ ଜାତୀୟ ରାଜପଥ ରୋକ କରାଯାଇଥିଲା ।ବିଶେଷ କରି ଛାତ୍ରୀଙ୍କୁ ଦୁଃଖଦ ମୃତ୍ୟୁ ପାଇଁ ବିଜେଡି ପକ୍ଷରୁ କଲେଜ ଅଧ୍ୟକ୍ଷ ଦିଲିପ ଘୋଷ,ଏଡୁକେସନ ଅଧ୍ୟାପକ ଯୌନପିପାଷୁ ସମୀର ସାହୁ,,ସହଦେବ ଖୁଣ୍ଟା ଥାନାଧିକାରୀ ଅଜୟ ମୁର୍ମୁ,,ବାଲେଶ୍ଵର ବିଧାୟକ ମାନସ ଦତ୍ତ,ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ,,ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ମୁଖ୍ୟମନ୍ତ୍ରୀ ପ୍ରମୁଖ ଦାୟୀ ।ନ୍ୟାୟ ମାଗି ମାଗି ଥକିଯିବା ଓ ମାନସିକ ନିର୍ଯାତନାରେ ଝିଅଟି ନିଜର ଅମୂଲ୍ଯ ଜୀବନକୁ ହାରି ଦେଇଥିଲା । ପ୍ରତ୍ୟକ୍ଷ ଓ ପରୋକ୍ଷରେ କଲେଜ କତୃପକ୍ଷ ଓ ରାଜନେତା ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଅଭାବନୀୟ ଘଟଣାଘଟିଥିଲା ।ଏହି ଅବସରରେ ମୁଖ୍ୟମନ୍ତ୍ରୀ,ଉଚ୍ଚଶିକ୍ଷା ମନ୍ତ୍ରୀ,ସାଂସଦଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।ମୁଖ୍ୟମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଙ୍କ ଇସ୍ତଫା ଦେଵା ପାଇଁ ଦାବି କରଯାଇଥିଲା ।ଏହି ବିକ୍ଷୋଭରେ ଈଶାନ ମିଶ୍ର,ମନୁ ଚୌଧୂରୀ , ବିଜେଡି ବିଧାୟକ ପ୍ରାର୍ଥି ରାଇସେନ ମୁର୍ମୁ,ଆଡଭୋକେଟ ପଙ୍କଜ ଦାସ, ଆଡଭୋକେଟ ଗୌରୀ ଦତ୍ତ,ବୁଲୁ ପଟନାୟକ, ଯୁବ ବିଜେଡ଼ି ସଭାପତି ଅଭିଷେକ ପଟନାୟକ ,ନାରୀ ନେତ୍ରୀ ତନୁଜା ମହାନ୍ତ,ପୌର ଉପାଧ୍ଯକ୍ଷା ମମିତା ଚୌଧୂରୀ,ଶାଶ୍ବତ ବଳ,ସାଜିଦ୍ ହୁସେନ, ରାଜ୍ୟ ଛାତ୍ର ବିଜେଡ଼ି ସଂପାଦକ ବିକାଶ ମହାନ୍ତ, ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ, ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା, ସୂର୍ଯ୍ୟମଣି ହାଁସଦା,ରାଜେନ୍ଦ୍ର ମଲ୍ଲିକ,କାଉନସିଲର ସୁକଦେବ ବେହେରା,ପଞ୍ଚୁ ଲୋହାର ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

