Photo1 for the news of pratibad

ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ଛାତ୍ର-ଯୁବ ବିଜେଡ଼ି ପକ୍ଷରୁ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ରାଜ୍ୟ

ଆଗରପଡ଼ା :ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ମୃତ୍ୟୁକୁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ଆଗରପଡ଼ା କଲେଜଛକ ଠାରେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ବିଧାୟକ ସଂଜୀବ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା ଯୋଗଦେଇ ଓଡ଼ିଶା ସରକାରକୁ ଅପାରଗ ସରକାର ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ବୋଲି କହିଥିଲେ । ବରିଷ୍ଠ ଯୁବନେତା ସତ୍ୟ ସାଧନ ବେଜ ଏହି ସରକାରଙ୍କ ସମୟରେ ଝିଅ ବୋହୂମାନେ ଆଉ ନିଜକୁ ନିରାପଦ ମଣୁନାହାଁନ୍ତି ବୋଲି କହି ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ସେ ଦାବି କରିଥିଲେ । ରାଜ୍ୟ ବିଜୁ ଛାତ୍ର ଜନତା ଦଳ ଉପସଭାପତି ଚିନ୍ମୟ ଦାସ, ରାଜ୍ୟ ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ଲାଲା ସ୍ୱାଇଁ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଭବେନ୍ଦ୍ର ନାଥ ସାହୁ,ବସନ୍ତ ପତି,ଦୀପକ ମହାନ୍ତି,କିଶୋର ରାଉତ,ସରପଂଚ ପ୍ରକାଶ ବିଶ୍ୱାଳ,ନିହାର ପଣ୍ଡା, ସମିତିସଭ୍ୟ ନିର୍ମଳ ନାୟକ ପ୍ରମୁଖଙ୍କ ସମେତ ବହୁ ଯୁବ ଓ ଛାତ୍ର ନେତା ଏବଂ ବିଜେଡ଼ି କର୍ମୀ ଏଥିରେ ସାମିଲ ଥିଲେ ।

Shrutilipi ad