Image 11

ପୁରୀ ମହାନଗର ନିଗମରେ ମିଶିବ ୮ ପଞ୍ଚାୟତର ୪୪ ଗାଁ

ରାଜ୍ୟ

ପୁରୀ: ପୁରୀ ମହାନଗର ନିଗମରେ ମିଶିବ ୮ ପଞ୍ଚାୟତର ୪୪ ଗାଁ। ତେବେ ମହାନଗର ନିଗମ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୁରୀ ସହରକୁ ଲାଗିଥିବା ୮ ପଞ୍ଚାୟତର ୪୪ଟି ଗାଁର ନାମକୁ ପୁରୀ ପୌରସଂସ୍ଥା ପ୍ରସ୍ତାବରେ ଯୋଡ଼ି ସରକାରଙ୍କୁ ପଠାଇଛି। ଏନେଇ ନଗର ଉନ୍ନୟନ ବିଭାଗ ପ୍ରସ୍ତାବ ମିଳିଛି।

ତେବେ ଏହି ପ୍ରସ୍ତାବ ପାଇବା ପରେ ମହାନଗର ନିଗମ କରିବା ନିମନ୍ତେ ଆବଶ୍ୟକ ପଡ଼ୁଥିବା ଭିତ୍ତିଭୂମି ନିର୍ମାଣ ନିମନ୍ତେ ପଦକ୍ଷେପ ନେଇଛି। ବୀରହରେକୃଷ୍ଣପୁର, ବାଲିଗୁଆଳି, ଗୋପୀନାଥପୁର, ସମଙ୍ଗ, ଶାସନ ଦାମୋଦରପୁର, ଗୋପାଳପୁର, ବାଲୁଖଣ୍ଡ, କାଶିହରିପୁର, ଗୋରୁଆଳ ପଞ୍ଚାୟତ ପୁରୀ ପୌରାଞ୍ଚଳ ସହ ମିଶିବାକୁ ପ୍ରସ୍ତାବରେ ସ୍ଥିର ହୋଇଛି।

ପୁରୀ ପୌରକୁ ମହାନଗର ନିଗମ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ପୁରୀ ବିଧାୟକ ସୁନୀଲ ମହାନ୍ତି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକର ଫଟୋ ସେ ସେୟାର କରିଛନ୍ତି।

Shrutilipi ad