- ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ବର ସାଂସଦଙ୍କ ଇସ୍ତଫା; ଅଧ୍ୟକ୍ଷ ଏବଂ ବିଭାଗୀୟ ମୁଖ୍ଯଙ୍କୁ ଗିରଫ ଦାବି
ବାରିପଦା: ବାଲେଶ୍ଵର ଏଫ୍ ଏମ୍ କଲେଜର ଛାତ୍ରୀଙ୍କ ଆତ୍ମହୂତୀ ଉଦ୍ୟମ ଘଟଣା ନେଇ ପଶ୍ଚିମ ମୟୂରଭଂଜ ଜିଲ୍ଲା କଂଗ୍ରେସ ଦଳ ସଭାପତି ଭୁବନ ସାହୁଙ୍କ ନେତୃତ୍ଵରେ ଆଜି ସୋମଵାର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଇରଙ୍ଗପୁର ପିସିସି ସଂପାଦକ ଲକ୍ଷ୍ମୀଧରସିଂ,ନାରୀ ନେତ୍ରୀ ଯଵାମଣି ଟୁଡୁ, ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ପ୍ରାକ୍ତନ କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦା,ପ୍ରାକ୍ତନ ଵହଳଦା ବିଧାୟକ ପ୍ରହଲ୍ଲାଦ ପୂର୍ତି, ପ୍ରାକ୍ତନ ସାରସକଣା ବିଧାୟକ ପ୍ରାର୍ଥୀ ଵେରେଲ ସିର୍କା,କଂଗ୍ରେସ ଦଳିତ ନେତା ଭାଗିରଥି ପାତ୍ର,,ରୂପକ ମହାନ୍ତି, ପୌରାଧ୍ଯକ୍ଷ ପ୍ରାର୍ଥି ଭଜହରି ମହାନ୍ତି,ସଂଖ୍ୟାଲଘୁ ନେତା ଏମଡି ଇନ୍ତେଖାବ ଅଲ୍ଲିଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।ନେତୃବୃନ୍ଦ ଏଫଏମ କଲେଜକତୃପକ୍ଷ ଏବଂ ପୋଲିସ ବିଭାଗ ,ଉଚ୍ଚ ଶିକ୍ଷାମନ୍ତ୍ରୀ,ବାଲେଶ୍ବର ସାଂସଦ ଘଟଣାକୁ ଗୁରୁତ୍ବ ଦେଲେ ନାହିଁ ।ଶେଷରେ ନ୍ୟାୟ ପାଇଁ ଦିର୍ଘ ୬ ମାସ ଲଢି ନ୍ୟାୟ ଯୁଦ୍ଧରେ ହାରିଯାଇ ନିଜ ଅମୂଲ୍ୟ ଜୀବନକୁ ପେଟ୍ରୋଲ ଜାଳି ନଷ୍ଟ ଉଦ୍ୟମ ଅତ୍ୟନ୍ତ ଦୁଃଖଦ ପୁର୍ଣ ।ଘଟଣା ଅତ୍ୟନ୍ତ ନିନ୍ଦନୀୟ ।ମୁଖ୍ୟମନ୍ତ୍ରୀ,ଉଚ୍ଚଶିକ୍ଷାମନ୍ତ୍ ରୀ,ବାଲେଶ୍ଵର ସାଂସଦ ତୁରନ୍ତ ଇସ୍ତଫା ଦିଅନ୍ତୁ,ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ତୁରନ୍ତ ଗିରଫ କରାଯାଉ ,ଛାତ୍ରୀର ସମସ୍ତ ସ୍ଵାସ୍ଥ୍ଯ ଖର୍ଚ ସରକାର ବହନ କରନ୍ତୁ,ପୋଲିସ କାହିଁକି ନୀରବଦ୍ରଷ୍ଟା ହେଲା ସେଥିପ୍ରତି ତଦନ୍ତ କରାଯାଉ ।ପରେ ମୁଖ୍ଯମନ୍ତ୍ରୀ,ଉଚ୍ଚଶିକ୍ଷା ମନ୍ତ୍ରୀ,ସାଂସଦଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ଅବସରରେ ମହାମହିମ ରାଜ୍ଯପାଳ ଘଟଣା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା ଙ୍କ ଜରିଆରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା.

