ବାରିପଦା: ମୟୂରଭଂଜ ଜିଲ୍ଲାରେ ଦିର୍ଘ ମାସାଧିକ କାଳ ଲଗାଣ ବର୍ଷା ଲାଗି ରହିଛି ।ଯାହା ଫଳରେ ଆଖ ପାଖ ଗାଁ ଓ ସହର ପରିବେଶରେ ଅନାବନା ଗଛ ଲତା,ନାଳରେ ପାଣି ରହୁଥିବାରୁ ମଶା ଓ ଡେଙ୍ଗୁ ବଂଶ ବୃଦ୍ଧି ପାଇଛି ।ଇତି ମଧ୍ୟରେ କୁସୁମି ବ୍ଳକର ଧାଙ୍ଗିଡିମୁତା ଗ୍ରାମରେ ଜଣେ ଯୁବକର ମେଲେରିଆ ଆକ୍ରାନ୍ତରେ ମୃତ୍ୟୁ ହୋଇଛି । ଡାକ୍ତରଖାନା ମାନଙ୍କରେ ମେଲେରିଆ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ।ତେଣୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତରଫରୁ ସମସ୍ତଙ୍କ ପାଇଁ ମଶାରୀ ଵଣ୍ଟନ ବ୍ୟବସ୍ଥା କରାଯାଇଛି ।ରାଇରଙ଼୍ଗପୁର ବ୍ଳକର ପୁରୁଣା ପାଣି ପଞ୍ଚାୟତ ଅନ୍ତର୍ଗତ ଦୁଵୁଲାଵେଡା ରାଜସ୍ଵ ଗ୍ରାମ ଏବଂ ବିକାଶନଗର ପଡା ଗ୍ରାମରେ ୨୧୯୬ ଜଣଙ୍କୁ ମଶାରୀ ବଣ୍ଟନ କାର୍ଯ୍ଯକ୍ରମ ଆରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରତ୍ଯେକ ପରିବାର ସଦସ୍ୟଙ୍କୁ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି ।ଏହି ଉଲକ୍ଷେ ଆଶା ଦିଦି କବିତା ରାଣୀ ମହାନ୍ତ ପକ୍ଷରୁ ଏକ ଜନସଚେତନତା କାର୍ଯ୍ଯକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ପରିବେଶ ସୁରକ୍ଷା,ଗରମ ପାଣି ପିଇବା,ମଶାରୀ ଟାଙ୍ଗି ଶୋଇବା,ମଶାରୀର ବ୍ୟବହାର ତଥା ମେଲେରିଆ ନିରାକରଣ,ଜ୍ଵର ହେଲେ ଡାକ୍ତରଙ୍କ ପରାମର୍ଶ ନେଵା ଉପରେ ସଚେତନତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଵିକାଶନଗର ଅଙ୍ଗନବାଡି ଦିଦି ମୀନା ମହାଲି, ହେଲପର ସୁର୍ମି ହେମ୍ବ୍ରମ,ଅନିମା ମହାନ୍ତ,ସୁକୁରୁମଣି ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

