Img 20250713 wa0175

ବହୁ ଚର୍ଚ୍ଚିତ ବାଦାମପାହାଡ଼ ଲୌହ ଖଣି କମ୍ପାନୀ ଗାଡ଼ି ଚାଳକ ଉପରେ ଗୁଳିମାଡ଼ ଘଟଣାରେ ଖଣି ମେନେଜରଙ୍କ ତରଫରୁ ଥାନାରେ ଏତଲା

ରାଜ୍ୟ
ବାରିପଦା: ଶନିବାର ଦିନ ୧୧.୩୦ ଟା ପାଖାପାଖି ସମୟରେ ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥର ନାଉଯୋଡା ପୋଲ ଏଵଂ‌ ହାଟବାଦଡା ରାସ୍ତା  ଵଳଭଦ।ରଣପୁର ପାଖରେ ବାଦାମ ପାହାଡ଼ ଲୌହଖଣି କମ୍ପାନୀ ଜିଏମଏଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀର କର୍ମଚାରୀ ବିନା ସିକ୍ଯୁରିଟି ଗାର୍ଡରେ ଏକ ମହିନ୍ଦ୍ରା ବୋଲେରୋ ଗାଡ଼ିରେ ୭ ଲକ୍ଷ ଟଙ୍କା ଧରି ଯାଉଥିବା  ସମୟରେ ଦୁଇଟି ନମ୍ବର ବିହିନ ବାଇକରେ ୪ ଅଜଣା ଦୁବୃର୍ତ୍ତ ପିଛା କରି ଗୁଳି ମାଡ଼ କରିଥିଲେ ।ଗୁଳି କିନ୍ତୁ ବାଜି ନ ଥିଲା ।ଭୟରେ ଡ଼୍ରାଇଭର ମହାଦେଵ ମାରାଣ୍ଡି  ଜଣକ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ  ଚାଲାଖି କରି ରହି  ଯାଇଥିଲେ ପରେ ହାଟବାଦଡା ଫାଣ୍ଡିରେ ପହଞ୍ଚି ପୋଲିସକୁ ଘଟଣା ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା ଏସଡିପିଓ ଗୋକୁଳାନନ୍ଦ ସାହୁ,ରାଇରଙ୍ଗପୁର ଆଇଆଇସି ଜ୍ୟୋତି ପ୍ରକାଶ ସ୍ଵାଇଁ,ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରିଣୀ ସରସ୍ଵତୀ ଟୁଡୁ ପହଞ୍ଚି ଛାନଭିନ କରିଥିଲେ ।ପ୍ରତ୍ୟକ୍ଷଦର୍ଶୀ ତଥା ଗାଡ଼ି ଚାଳକ ମହାଦେବ ମାରାଣ୍ଡିଙ୍କ ବଦଳରେ ଖଣି ମେନେଜର ବିଶ୍ଵଜିତ ବରାଳ ରାତିରେ ଘଟଣାକୁ ନେଇ ଲିଖିତ ଅଭିଯୋଗ କରିଥିଲେ ।ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଏକ ମାମଲା କେଶ ନମ୍ବର ୧୦୭/୨୫ ,୩୦୯(୫) ବିଏନଏସ,ଆର୍ମ ଆକ୍ଟ ୨୫/୨୭ ରୁଜୁ କରାଯାଇଛି ।ସାଧାରଣରେ ଆଲୋଚନା ହେଉଛି ପ୍ରତ୍ୟକ୍ଷଦର୍ଶୀ ଗାଡ଼ି ଚାଳକ ମହାଦେବ ମାରାଣ୍ଡିଙ୍କ ବଦଳରେ ଘଟଣାରେ ଉପସ୍ଥିତ ନ ଥିବା ଖଣି ମେନେଜର ବିଶ୍ଵଜିତ ବରାଳ କିଭଳି କମ୍ପାନୀ ଆଡୁ ଲିଖିତ ଅଭିଯୋଗ କଲେ । ଜିଏମଏସ  ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ମାଳ ମାଳ ସିକ୍ଯୁରିଟି ଗାର୍ଡ ଥିବା ସତ୍ବେ  ବୋଲେରୋ  ଗାଡ଼ିରେ ବିନା ସିକ୍ଯୁରିଟି  ଗାର୍ଡରେ ଏତେ ଟଙ୍କା କାହିଁକି ନେଉଥିଲେ ? ।ଏହାପୂର୍ବରୁ କିଛି ବର୍ଷ ପୂର୍ବେ ଜିଏମ ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ବୋଲେରୋ ଗାଡିରେ ରାଇରଙ୍ଗପୁର – ଗୋରୁମହିଷାଣୀ ରାସ୍ତାରେ ଟଙ୍କା ନେଇ ଯାଉଥିବାବେଳେ ସାନପାଖଣା ଫାଟକ ନିକଟରେ‌ ଦୁଵୃର୍ତ୍ତମାନେ ଵନ୍ଧୁକ ଦେଖାଇ ଗାଡି ଅଟକାଇ ଟଙ୍କା ଛଡେଇ ନେଇଥିଲେ ।  କେତେଥର  ଏଭଳି ଘଟଣା ଘଟିଲେ ଜିଏମ ଏସ ପ୍ରାଇଭେଟ୍ ଲିମିଟେଡ  କମ୍ପାନୀର ବୁଦ୍ଧି ହେଜିବ ବୋଲି ସ୍ଥାନୀୟ ଲୋକେ ଙ୍କ ମଧ୍ୟରେ ଚର୍ଚ୍ଚା  ହେଉଅଛି !
Shrutilipi ad