ବାରିପଦା: ଓଡ଼ିଶା ଡ଼୍ରାଇଭର ସଂଘ୭ ଦଫା ଦାବି ନେଇ ଷ୍ଟିଅରିଂ ଛାଡ ଆନ୍ଦୋଳନ ଦିର୍ଘ ୫ ଦିନ ହେଲା କରି ଆସୁଛନ୍ତି ।ଯାହାକୁ ନେଇ ସମଗ୍ର ଓଡ଼ିଶାବାସୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ତେଣୁ ଜନସାଧାରଣଙ୍କ ସମେତ ସ୍କୁଲ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ସରକାରୀ ବେସରକାରୀ କର୍ମଚାରୀ,ବାଣିଜ୍ୟ ପ୍ରତିଷ୍ଠାନ,ପରିବହନ ସେବା ,ଦୋକାନ ବଜାର ଏକ ରକମର ଠପ୍ ହୋଇଯାଇଛି ।ସମସ୍ତ ଡ଼୍ରାଇଭର ଭାଇମାନଙ୍କ ସମସ୍ୟା ଅତ୍ଯନ୍ତ ଧାର୍ଯ୍ୟ ଦାବି ଅଟେ ।ମୋହନ ସରକାର,ପରିବହନ ମନ୍ତ୍ରୀ ଏବଂ ସେ ମଧ୍ଯ ଡ୍ରାଇଭରମାନଙ୍କ ଦାବି ପ୍ରତି ଗୁରୁତର ନେଇଛନ୍ତି ।କିଛି ଦିନ ପରେ ରାଜ୍ୟ ସରକାର ଡ଼୍ରାଇଭର ମାନଙ୍କ ସମସ୍ୟା ପ୍ରତି ଏକ ଠୋସ୍ ପଦକ୍ଷେପ ଗ୍ରହଣ କରିବେ ଏବଂ ନ୍ୟାୟ ଦେବା ପାଇଁ ଶତ ପ୍ରତିଶତ ଚେଷ୍ଟା କରିବେ ବୋଲି ଗଣମାଧ୍ୟମ ଜରିଆରେ ବିଧାୟକ ଜଲେନ ନାଏକ ଡ଼୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ ଓହରି ଯିବା ସହ ଜନସାନସାଧାରଣଙ୍କୁ ସହଯୋଗ କରିବା ପାଇଁ ବିନମ୍ର ଅନୁରୋଧ କରିଛନ୍ତି । ।ତେଣୁ ଡ଼୍ରାଇଭର ଭାଇମାନେ ହତୋତ୍ସାହ ହୁଅନ୍ତୁ ନାହିଁ ,ସରକାର ଆପଣମାନଙ୍କ ସାଥିରେ ଅଛନ୍ତି ।କିଛି ସକାରାତ୍ମକ ଵିଚାର ନେବେ ।

