Hhh

ଵାଦାମପାହାଡ଼ ଲୌହ ଖଣି କର୍ମଚାରୀଙ୍କ ଗାଡ଼ିକୁ ଦୁଵୃର୍ତ୍ତଙ୍କ ଫାଙ୍କା ଗୁଳି ମାଡ଼, ଥାନାରେ ଅଭିଯୋଗ; ପୋଲିସ ତଦନ୍ତ ଜାରି

ରାଜ୍ୟ
ବାରିପଦା: ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର – ଯଶିପୁର ଲୁଟେରା,ଗୋମାଫିଆ ଏବଂ ଅମାନିଆ ଭାରିଯାନ ଚାଳକଙ୍କ କବଜାରେ ।ଯାହାକୁ ନେଇ ଅଂଚଳଵାସୀ ଚିନ୍ତିତ ।
ସୂଚନାଯୋଗ୍ୟ ଆଜି ପୂର୍ବାହ୍ନ ୧୧.୩୦ ଟା ପାଖାପାଖି ସମୟରେ  ବାଦାମ ପାହାଡ଼ ଲୌହଖଣି ଜି ଏମ ଆଇରନ ଏଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର କର୍ମଚାରୀ ମହାଦେଵ ମାରାଣ୍ଡି(୪୦)  ଏକ ବୋଲେରୋ ଗାଡ଼ିରେ ୭ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୨୨୦ ନମ୍ଵର ଜାତୀୟ ରାଜପଥ  ନାଉଯୋଡା ପୋଲ ନିକଟରେ ଦୁଇ ଜଣ ଦୁଵୃର୍ତ ବାଇକରେ ଯାଇ ଫାଙ୍କା ଗୁଳିମାଡ଼ କରି ଓଭର ଟେକ୍  କରି ଯାଉଥିଲେ  ।ମହାଦେବ ମାରାଣ୍ଡି ଭୟଭୀତ ହୋଇ ରାସ୍ତାର ପେଟ୍ରୋଲ ପମ୍ପ ପାଖରେ କିଛି ସମୟ‌ରହି ପରେ ହାଟବାଦଡା ଫାଣ୍ଡିରେ ଘଟଣାବଳୀ ସମ୍ପର୍କରେ ଜଣାଇଥିଲେ ।ଖବର ପାଇ ରାଇରଙ୍ଗପୁର ପୋଲିସ ଅତିରିକ୍ତ   ଆରକ୍ଷୀ ଅଧିକ୍ଷକ ଯଦୁନାଥ ଯେନା, ଏସଡିପିଓ ଗୋକୁଳାନନ୍ଦ ସାହୁ , ଆଇଆଇସି ଜ୍ୟୋତିପ୍ରକାଶ ସ୍ଵାଇଂ , ଗ୍ରାମାଞ୍ଚଳ ଥାନା ଅଧିକାରୀଣୀ ସରସ୍ଵତୀ ଟୁଡୁ ଏବଂ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲେ । ମହାଦେବ ମାରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି ।ସାଧାରଣରେ ଚର୍ଚା ହେଉଛି ଯଦି ଦୁବୃର୍ତ୍ତ ଫାଙ୍କା ଗୁଳି ମାଡ଼ କଲେ ତେବେ   ଅଭିଯୋଗକାରୀ  କାହିଁକି ଲିଖିତ ଅଭିଯୋଗ କରିନାହାନ୍ତି!
Shrutilipi ad