Wrerwe

ଯୁବ ସମାଜସେଵୀ ମନୋଜ ଦାସ ମୟୂରଭଂଜ ଲୋକସଭା ସାଂସଦଙ୍କ ଜିଲ୍ଲା ସଂଯୋଜକ ନିଯୁକ୍ତ

ରାଜ୍ୟ
ବାରିପଦା: ଡବଲ ଇଞ୍ଜିନ ସରକାରର ଏକ ବର୍ଷ ଅତିକ୍ରାନ୍ତ ହୋଇଗଲାଣି । ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅଛି ।ବିଜେପି ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବାକୁ ଦଳ  ଚାହୁଁଛି ।ତେଣୁ ଦଳ ପ୍ରତି ଆନୁଗତ୍ୟ ,ନିଷ୍ଠା ଅନୁଶାସନ, ଅଭିଜ୍ଞତା ସମ୍ପନ୍ନ ,ଲୋକଙ୍କ ଗ୍ରହଣୀୟ ହେଉଥିବା ଓ ସମାଜସେବାରେ ବ୍ରତୀ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ପରିକ୍ଷିତ କରି ବିଭିନ୍ନ ସରକାରୀ କାର୍ଯ୍ୟରେ ସ୍ଥାନିତ କରାଯାଉଛି  ।
ମୟୁରଭଞ୍ଜ  ଜିଲ୍ଲାର  ସାଂସଦ ନବ ଚରଣ ମାଝୀ  ମନୋଜ କୁମାର ଦାସ (ବାପି ) ଙ୍କୁ ତାଙ୍କ ପ୍ରତିନିଧି ଭାବେ  ଜିଲ୍ଲା ସଂଯୋଜକ ଭାଵେ  ନିଯୁକ୍ତି ଦେଇଛନ୍ତି l  ମୟୂରଭଞ୍ଜ  ସାଂସଦ ନବ ଚରଣ ମାଝୀ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ତାଙ୍କ ପ୍ରତିନିଧି ଭାବେ ଲିଖିତ ତାଲିକା ପ୍ରକାଶ କରିଛନ୍ତି ।
ଶ୍ରୀ ମନୋଜ କୁମାର ଦାସ ( ବାପି) ଛାତ୍ର ଅବସ୍ଥାରୁ ଏବିଭିପି ଛାତ୍ର ସଂଗଠନ,ଆରଏସ ଏସ,  ବିଜେପି ଦଳର ବିଭିନ୍ନ ପଦବୀରେ  ଦିର୍ଘ ୩୫ ବର୍ଷ ହେଲା ନିଷ୍ଠାର ସହ‌  ଦାୟିତ୍ବ ନିଭାଇ ଆସୁଛନ୍ତି ।ଜଣେ ଅଣ କଂଗ୍ରେସ ଓ ଅଣ ବିଜେଡି ଲୋକ  ଏବଂ ହିନ୍ଦୁତ୍ବ ବାଦୀ ଓ ବିଜେପି ସମର୍ପିତ ବ୍ୟକ୍ତି ।ଯୁବ ମହଲରେ ସେ ଜଣେ ଲୋକପ୍ରିୟ ଯୁବ ନେତୃତ୍ବ । ଏହା ପୂର୍ବରୁ ସେ  ପଶ୍ଚିମ ମୟୂରଭଂଜ ଜିଲ୍ଲା  ସାଧାରଣ ସଂପାଦକ ନିଷ୍ଠାର ସହ  ଦାୟିତ୍ବ ନିଭାଉଛନ୍ତି । ବିଜେପି ଦଳ ଏବଂ ତାଙ୍କ ନେତୃତ୍ବ ଓ ଦାୟିତ୍ବରେ   ପଶ୍ଚିମ ମୟୂରଭଂଜ ଜିଲ୍ଲାର ୪ ଟି ନିର୍ବାଚନ ମଣ୍ଡଳୀ  ସାରସକଣା, ରାଇରଙ୍ଗପୁର, ଯଶିପୁର ଏବଂ କରଂଜିଆ ରେ  ବିଜେପି ବିଧାୟକମାନେ ବିଜୟୀ ହୋଇଛନ୍ତି ।ଦଳ ତାଙ୍କ ନିର୍ବାଚନ ଗୋଟି ଚାଳନା,ଦକ୍ଷତା,ଯୁବ ନେତୃତ୍ବ,ଦଳର ଅନୁଶାସନ କୁ ନିଷ୍ଠାର ସହ ପାଳନ କରିବା ଏବଂ ସମାଜ ସେବାବ୍ରତୀ  ଆଭିମୁଖ୍ୟ ନେଇ ମୟୂରଭଂଜ ସାଂସଦ ନବ ଚରଣ ମାଝୀ ମୟୂରଭଂଜ ଜିଲ୍ଲା ସଂଯୋଜକ ଭାବେ  ସ୍ଵିକୃତି ଦେଇଛନ୍ତି । ମନୋଜ ଦାସ ଜିଲ୍ଲା ସଂଯୋଜକ ନିଯୁକ୍ତି ହେବା ପରେ ତାଙ୍କୁ ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ ନବୀନ ରାମ,  ବିଧାୟକ ଶ୍ରୀ ଜଲେନ ନାଏକ, ଏବଂ  ବିଜେପି ଦଳ ର ବରିଷ୍ଠ ନେତା ମନୋରଞ୍ଜନ ମହାନ୍ତି ,ବିକାଶ ମହାନ୍ତ, ସରୋଜ ମହାନ୍ତ,ଆଲୋକ ରଞ୍ଜନ ମହାନ୍ତ, ମହିଳା ନେତ୍ରୀ ମିଥିଳା ଟୁଡୁ, ସୋନାଲି ବିଜୟଲକ୍ଷ୍ମୀମହାନ୍ତ ଙ୍କ ସମତେ ବିଜେପି ର ବହୁ ନେତା ଓ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି  ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦଳ ତାଙ୍କ ଉପରେ ଆସ୍ଥା ଓ ବିଶ୍ଵାସ କରି ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ତାହାକୁ ସେ ନିଷ୍ଠାର ସହ ତୁଲାଇବେ ।ମୟୂରଭଂଜ ଜିଲ୍ଲା ସମସ୍ୟାକୁ ଗୁରୁତ୍ବ ଦେବା, ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଏବଂ ଦଳମତ ଶେଷରେ ଅସହାୟ, ଦୁଃଖୀ, ରଙ୍କୀ, ବରିଷ୍ଠ ନାଗରିକ, ମହିଳା, ଦିଵ୍ଯାଙ୍ଗ ମାନଙ୍କ ସମସ୍ୟାକୁ ଗୁରୁତ୍ବ ଦେଵା ସହ ସେମାନଙ୍କୁ ସହଯୋଗ ଓ ସହାୟତା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ଦଳର ନେତୃବୃନ୍ଦ ଏବଂ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ‌।
Shrutilipi ad