ବାରିପଦା – ଶିମିଳିପାଳ ସୁରକ୍ଷା,ପରିବେଶ ସୁରକ୍ଷା ସହିତ ଜଙ୍ଗଲ,ପାହାଡ଼ ପର୍ବତ କୁ କୌଣସି ପ୍ରକାରର କ୍ଷତି ନ ପହଞ୍ଚାଇ ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଗନ୍ତାଘର ଆମ ମୟୁରଭଞ୍ଜରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଓ ବନ୍ୟଜାତ ଦ୍ରବ୍ୟର (ବାଉଁଶ,ସବାଇ ଘାସ,ଶାଳ ପତ୍ର ଏବଂଅନ୍ୟାନ୍ୟ) ଉଚିତ୍ ବ୍ୟବସାୟୀକରଣ ମାଧ୍ୟମରେ ଲକ୍ଷାଧିକ ବେକାର ଯୁବକ ଯୁବତୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେବାବଦରେ ଦୀର୍ଘବର୍ଷ ଧରି ଆନ୍ଦୋଳନରତ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ପରିକଳ୍ପନା, ପୂର୍ବ ଘୋଷିତ “ଆନ୍ଦୋଳନ” ନାମକ ଏକ ଜନସଚେତନତା ଉଦ୍ଦେଶ୍ୟରେ ହେବାକୁ ଥିବା ଆଗାମୀ ଚଳଚ୍ଚିତ୍ର ସୁଟିଂ କାର୍ଯ୍ୟ ପାଇଁ ବାରିପଦା ସ୍ଥିତ ମାଆ କୀଚକେଶ୍ଵରୀ ଓ ମାଆ ଅମ୍ବିକା ମନ୍ଦିରରେ ପୂଜାର୍ଚ୍ଚନା ହୋଇ ସମସ୍ତ କଳାକାର ଓ ଭଞ୍ଜସେନା କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ଚଳଚ୍ଚିତ୍ରର ଶୁଭ ମହୁରତ ହୋଇଥିଲା ଏବଂ ଏହାର ସୁଟିଂ କାର୍ଯ୍ୟ ଚଳିତ ଜୁଲାଇ ମାସ ୧୧ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବ ଓ ଏହି ଚଳଚ୍ଚିତ୍ର ଟି ର ସୁଟିଂ କାର୍ଯ୍ୟ ସମଗ୍ର ଜିଲ୍ଲା ଭିତରେ ହିଁ ସମାପ୍ତ ହେବ |
ଏହି ଶୁଭ ମହୁରତ ସମାରହରେ ଚଳଚ୍ଚିତ୍ର ଲେଖକ ସୋମନାଥ ସାହୁ, ନିର୍ଦ୍ଦେଶକ ରାଜା ମିଶ୍ର, ସହ ନିର୍ଦେଶକ ଦୀପକ ହେମ୍ବ୍ରମ,ମ୍ୟୁଜିକ ରେ ରାଜା ମିଶ୍ର ସହିତ କୁନା ମାହାନା, କ୍ୟାମେରାମ୍ୟାନ୍ ସରୋଜ ଏବଂ ସହ କ୍ୟାମେରାମ୍ୟାନ ତପନ ମହାପାତ୍ର, ବିଜେନ୍ଦ୍ର (ମୁନା), ନୃତ୍ୟ ସହଯୋଗୀ ପ୍ରଶାନ୍ତ ଦାସ ଙ୍କ ସହିତ କଳାକାର ତାପସ ପାଢୀ, ସରୋଜ କୁମାର,ଲକ୍ସମନ ସୋରେନ, ପ୍ରୟାସ ଶତପଥୀ, ଅନ୍ନଦା ଶଙ୍କର ଦାସ, ବିଜେନ୍ଦ୍ର ରାଉତ, ଗକୁଳ ଚନ୍ଦ୍ର ଦାସ, ସତ୍ୟନାରାୟଣ ଦଶବାବୁ, କାବୁ ତ୍ରିପାଠୀ,ଖୁସି କୁମାର,ନିକିତା ମହାନ୍ତି, ସଂଜୀବ ରାଉତ,ରାଜେନ୍ଦ୍ର ସାହୁ,ଅସିତ ଗିରି, ବବିତା ଦାସବାବୁ,ଦଶରଥ ସିଂ, ମାଲ୍ଲୀ ହେମ୍ବ୍ରମ, ଶିଶୁ କକାକାର ଅଙ୍କିତା ସହିତ ବିଭିନ୍ନ କଳାକାର ସହିତ ଟେକନିସିଆନ ଉପସ୍ଥିତ ରହିଥିଲେ l ଏତଦ ବ୍ୟତୀତ
ଭଞ୍ଜସେନା ପକ୍ଷରୁ ସଂଜୀବ ରାଉତ, ପିଣ୍ଟୁ ମାଇତି ରାକେଶ ବେହେରା, ରବୀନ ମହାନ୍ତି, ରାକେଶ ମହାନ୍ତି, ଜ୍ୟୋତି ରଞ୍ଜନ ପୃଷ୍ଟି, ସୂର୍ଯ୍ୟ ବର୍ଦ୍ଧନ ସିଂଦେଓ, ଏସ କେ ରାଜା ଖାନ, ପ୍ରସାନ୍ତ ଦାସ,ପଙ୍କଜ କାରଣ,ମୁକ୍ତି ପରିଡା, ସଞ୍ଜୟ ମହାନା, ସଞ୍ଜୟ ମହାନ୍ତ, ଶୁଭମ ସିଂ, ସୁନୀଲ ମହାପାତ୍ର, ଜିତୁ ସିଂ, ଦୀପକ କୁମାର ବେହେରା, ଗୌରାଙ୍ଗ ଘଡେଇ,ଗୌରବ ବେହେରା, ରାକେଶ ଆଚାର୍ଯ୍ୟ,ସୌମ୍ୟ ରଞ୍ଜନ ଦାଶବାବୁ, ରୁଦ୍ର ପଟ୍ଟନାୟକ,ସମ୍ପଦ ପୃଷ୍ଟି,ସତ୍ୟ ପୃଷ୍ଟି, ଆକାଶ ବାରିକ,ଶମ୍ଭୁ ଗୋପାଳ,ସଂଗ୍ରାମ ସେଠି ପ୍ରମୂଖ ସାମିଲ ହୋଇଥିଲେ ଏବଂ ଏହି ଚଳଚ୍ଚିତ୍ର ଆଗାମୀ ଅଗଷ୍ଟ ମାସ ୯ ତାରିଖ କ୍ରାନ୍ତି ଦିବସ ଦିନ ରିଲିଜ କରାଯିବାର ସ୍ଥିରିକୃତ ହୋଇଅଛି ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ତଥା ଜିଲ୍ଲା ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |

