ବାରିପଦା – ଆଜି ଅପରାହ୍ନରେ ଓସ୍ୱାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଓସ୍ୱାସ କାର୍ଯ୍ୟକାରିତା ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ଏ ଡି ଏମ ଓ ଡାକ୍ତର ବିଜୟ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦୀପକ କୁମାର ଗୋଛାୟତଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ଓସ୍ୱାନର ଡି ଇ ଜି ଏମ ଶ୍ରୀମତୀ ସେବତୀ କର ପାୱାର ପୋଏଣ୍ଟ ପ୍ରୋଜେକଟ ଜରିଆରେ ଓସ୍ୱାସ ବ୍ୟବସ୍ଥାର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଉପସ୍ଥାପନ କରିବା ସହିତ ଆଗାମୀ ସମୟରେ ଜିଲ୍ଲାର ସମସ୍ତ ବିଭାଗର ଫାଇଲ କାର୍ଯ୍ୟ ଅନ ଲାଇନ ମାଧ୍ୟମରେ ବିଭିନ୍ନ ସ୍ତର ଦେଇ ଗତିଶୀଳ ହୋଇ ଅନୁମୋଦିତ ହେବ ଏବଂ ଫାଇଲର କାର୍ଯ୍ୟକାରିତା ପାଇଁ ହାତରେ ଧରି ଯିବାର ଆବଶ୍ୟକତା ପଡିବନାହିଁ ବୋଲି ଉଲ୍ଲେଖ କରିଥିଲେ।
ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ମାଷ୍ଟର ଡାଟା ପୂରଣ କରି ଅଦ୍ୟାବଧି କେତେ ବିଭାଗ ଦେଇଛନ୍ତି ସେ ସମ୍ପର୍କ ରେ ଜିଲ୍ଲାପାଳ ସମୀକ୍ଷା କରିବା ସହିତ ବାକି ବିଭାଗ ଗୁଡିକ ମାଷ୍ଟର ଡାଟା ପୂରଣ କରି ତୁରନ୍ତ ଓସ୍ୱାନକୁ ପ୍ରେରଣ କରିବା ପାଇଁ ସମ୍ପୃକ୍ତ ବିଭାଗ ମୁଖ୍ୟଙ୍କୁ ଜିଲ୍ଳାପାଳ ନିର୍ଦେଶ ଦେଇଛନ୍ତି। ଉକ୍ତ କାର୍ଯ୍ୟ କୁ ଅଗ୍ରାଧିକାର ଭିତ୍ତି ରେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଉପଖଣ୍ଡ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଆଭାସୀ ଜରିଆରେ ସଂଯୁକ୍ତ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

