ବାରିପଦା- ମୟୂରଭଂଜ ଜିଲ୍ଲାର ୪ଟି ବନ ସଂରକ୍ଷଣ ସମିତିକୁ ମୁଖ୍ୟମନ୍ତ୍ରୀ ଵନ ସଂରକ୍ଷଣ ପୁରସ୍କାର ଉତ୍ସବ ବାରିପଦା ବନଖଣ୍ଡ ଆନୁକୂଲ୍ୟରେ ୭୬ତମ ଜିଲ୍ଲାସ୍ତରୀୟ ବନମହୋତ୍ସବ ପଣ୍ଡିତ ରଘୁନାଥ ମୂର୍ମୁ ଭେଷଜ ମହାବିଦ୍ୟାଳୟରେ ପାଳନ ହୋଇଯାଇଅଛି।ଡ. ପ୍ରକାଶ ଚାନ୍ଦ ଗୋଗିନାନୀ, ଆଞ୍ଚଳିକ ମୁଖ୍ୟବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ଶିମିଳିପାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ୟ ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଭାବେ ପୂର୍ବତନ ମୁଖ୍ୟବନ୍ୟ ସଂରକ୍ଷକ ତଥା ଓଡ଼ିଶା ଲୋକାୟୁକ୍ତ ସଭ୍ୟ ଦେବବ୍ରତ ସ୍ବାଇଁ, ଜିଲ୍ଲାପରିଷଦ ଅଧ୍ୟକ୍ଷାଭାରତୀ ହାଁସଦଃ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜମହାବିଦ୍ୟାଳୟର ମୁଖ୍ୟ ଡା. ପ୍ରତିଭା ପଣ୍ଡା ଓ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଉପବନ ସଂରକ୍ଷକ ମେହେରବାନ ଅଲ୍ଲୀ ସଭାକାର୍ଯ୍ୟକୁ ସଞ୍ଚାଲନ କରିଥିଲେ । ସବଡିଭିଜନ ସ୍ତରରେ ୪ଟି ବନ ସଂରକ୍ଷଣସମତି ଯଥା-ଝିଙ୍କ ପାହାଡି, ବାରିପଦା ସବଡିଭିଜନ ବାହିୟା, ଆନନ୍ଦପୁର ସବଡିଭିଜନ,ଶିଳିଆଘାଟି, କପ୍ତିପଦା ସବଡିଭିଜନ ଓ ବିଶୋଇ ବ୍ଲକର ଗାରଗାଡି, ବାମନଘାଟି ସବଡିଭିଜନ ବନ ସଂରକ୍ଷଣ
ସମିତିମାନଙ୍କୁ ବନ ସଂରକ୍ଷଣ କ୍ଷେତ୍ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସଂରକ୍ଷଣ ପୁରସ୍କାର, ମାନପତ୍ର ଓ ୨0 ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସଂରକ୍ଷଣ ପୁରସ୍କାର, ମାନପତ୍ର ଓ ପୁରସ୍କାର ରାଶି ପାଇ ଥିବାରୁ ଏହି ପରିପ୍ରେକ୍ଷିରେ ମଣଦା ରେଞ୍ଜ ଅଧିନସ୍ଥ ବିଶୋଇ ବ୍ଲକ ଗାରଗାଡି ଗ୍ରାମର ଭିଏସ୍ଏସ୍ ସଭାପତି ରବିନ୍ଦ୍ର ମହାନ୍ତ ଙ୍କୁ ଗାଁ ରେ ଫୁଲ ତୋଡା,ଫୁଲ ମାଳ ଓ ବନ୍ଦାପନା କରି ଢୋଲ ମାଦଳର ତାଳେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ଗାଁ ଲୋକେ ଖୁସିରେ ମିଠା ବଣ୍ଟନ କରି ଖୁସି ମନାଇ ଥିଲେ।

