Rertwe

କଟକ ଗଡ଼ଗଡ଼ିଆ ଘାଟରେ ମେୟରଙ୍କ ସମୀକ୍ଷା, ଶ୍ରାବଣ ସୋମବାରକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ରାଜ୍ୟ

କଟକ : ଶ୍ରାବଣ ସୋମବାରକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କଟକ ମେୟର ସୁବାସ ସିଂ। କଟକ ଗଡଗଡିଆ ଘାଟରେ ପହଞ୍ଚି ଅତିରିକ୍ତ କମିଶନର, ସିଏମସି ଅଧିକାରୀ, ଅଗ୍ନିଶମ ଏବଂ ଓଡ୍ରାଫ ଅଧିକାରୀଙ୍କ ସହ ମିଶି ସମୀକ୍ଷା କରିଛନ୍ତି ମେୟର । ବିଶେଷ କରି ମହିଳା କାଉଡ଼ିଆମାନଙ୍କ ପୋଷାକ ବଦଳାଇବା ପାଇଁ ଅସ୍ଥାୟୀ କୋଠରୀ, ଲାଇଟ୍ ଓ ପରିମଳ ବ୍ୟବସ୍ଥାକୁ ନେଇ ଗ୍ରାଉଣ୍ଡ ଜିରୋରେ ତଦାରଖ କରିଛନ୍ତି ।

ଏହାସହ ପାଣି ଉଠାଇବା ସମୟରେ ଘଟୁଥିବା ଅଘଟଣକୁ ଦୃଷ୍ଟିରେ ରଖି ଲୁହା ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସପ୍ତାହର ଗୁରୁବାର ଠାରୁ ସୋମବାର ପର୍ଯ୍ୟନ୍ତ ଘାଟରେ ଅଗ୍ନିଶମ ବାହିନୀ ମୁତୟନ ରହିବେ। ଦୁଇଜଣ ମହିଳା ଅଗ୍ନିଶମ କର୍ମଚାରୀଙ୍କ ସହ ମୋଟ ୧୨ ଜଣ ନିୟୋଜିତ ହେବେ। ଏହା ସହ ନଦୀ ଭିତରେ ବୋଟ ମାଧ୍ୟମରେ ପାଟ୍ରୋଲିଂ କରାଯିବ।

Shrutilipi ad