ବାରିପଦା : ଦେଶର ପ୍ରଗତିରେ ଡ଼୍ରାଇଭର ମାନଙ୍କର ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ ।ଜନ୍ମ ସମୟରେ ଡାକ୍ତରଖାନାକୁ ବୁହା, ଡାକ୍ତରଖାନା,କଳକାରଖାନା,ପରିବହନ, ଶିକ୍ଷାନୁଷ୍ଠାନ,ଖଣି ଖାଦାନ,ସରକାରୀ କାର୍ଯ୍ୟାଳୟ,ବେସରକାରୀ କାର୍ଯ୍ୟାଳୟ ସବୁଠି ଡ଼୍ରାଇଭରଙ୍କ ଆବଶ୍ଯକ ।କିନ୍ତୁ କୌଣସି ସରକାର ଡ଼୍ରାଇଭର ମାନଙ୍କ ସାମାଜିକ ସୁରକ୍ଷା ପ୍ରତି ଗୁରୁତ୍ବ ଦେଉ ନାହାନ୍ତି ।ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।୭ ଦଫା ଦାବି ନେଇ ସେମାନେ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆଜି ମଙ୍ଗଳବାର ଠାରୁ ଆରମ୍ଭ କରିଛନ୍ତି ।ଯେ ପଯ୍ଯନ୍ତ ସେମାନଙ୍କ ଦାବି ପୂରଣ ହୋଇନାହିଁ ସେପର୍ଯ୍ୟନ୍ତ ସେମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ବିଗତ ସରକାର ସମୟରେ ସେମାନେ ମାର୍ଚ ୨୯ ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଗାନ୍ଧୀ ମାର୍ଗରେ ଶାନ୍ତିପୂର୍ଣ ଆନ୍ଦୋଳନ କରିଥିଲେ ।ସରକାର ସେମାନଙ୍କର ଏକମାତ୍ର ଦାବି ପୂରଣ କରିଥିଲେ ।ପରେ ଡବଲ ଇଞ୍ଜିନ ସରକାର ଆସିଲା ।ଡ଼୍ରାଇଭର ମାନଙ୍କ ସାମାଜିକ ସୁରକ୍ଷା ପ୍ରତି ଅଣଦେଖା କରିବାରୁ ଓଡ଼ିଶା ଡ଼୍ରାଇଭର ସଂଘ ଏକମାସ ତଳେ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନଙ୍କ ଦାବି ପ୍ରତି ଧ୍ୟାନ ନ ଦିଅନ୍ତି ତାହାହେଲେ ଜୁଲାଇ ୮ ରୁ ଅନିର୍ଦିଷ୍ଟ ପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଥିଲେ ।ଆଜି ମୟୂରଭଂଜ ଜିଲ୍ଲାସାରା ସବୁଆଡେ ଓଡ଼ିଶା ଡ଼୍ରାଇଭର ସଂଘର ସଦସ୍ଯମାନେ ଶାନ୍ତି ପୁର୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି । ଜନସାଧାରଣଙ୍କୁ ସେମାନଙ୍କ ଦାବି ପ୍ରତି ସହାନୁଭୁତି ଦେଖାଇବା ପାଇଁ ଅନୁରୋଧ କରୁଛନ୍ତି ।ଡାକ୍ତରଖାନାକୁ ଯାଉଥିବା ଗାଡ଼ି,ଖାଦ୍ୟ ଗାଡି କୁ ଛାଡି ଦେଉଛନ୍ତି ।ସେମାନଙ୍କ ଦାବି ଗୁଡ଼ିକ ହେଲା ମୋଟର ଡ଼୍ରାଇଭର ଉନ୍ନୟନ ବୋର୍ଡରେ ଅଟୋଚାଳକଙ୍କୁ ସାମିଲ କରିବା,ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ଼୍ରାଇଭରଙ୍କୁ ସୁରକ୍ଷା,୬୦ ବର୍ଷ ପରେ ସେମାନଙ୍କୁ ଭତ୍ତା,ପ୍ରତି ୧୦୦ କିମି ଦୂର ଜାତୀୟ ରାଜପଥ ପାର୍ଶ୍ବରେ ବିଶ୍ରାମ ଘର,ଶୌଚାଳୟ ,ଗାଡ଼ି ପାର୍କିଂ ଵ୍ଯବସ୍ଥା ସହ ଟ୍ରାମା ସେଣ୍ଟର,ଖଣି ଖାଦାନ ଏବଂ କାରଖାନା ମାନଙ୍କରେ ୭୦ ଭାଗ ସ୍ଥାନୀୟ ଓଡ଼ିଆ ଡ଼୍ରାଇଭର ମାନଙ୍କୁ ନିଯୁକ୍ତି,ଡ଼୍ରାଇଭର ମାନଙ୍କ ପିଲାମାନଙ୍କ ଶିକ୍ଷା ଖର୍ଚ, ସେମାନଙ୍କୁ ଆବାସ ଯୋଜନାରେ ଘର,ସେପ୍ଟେମ୍ବର ୧ କୁ ଡ଼୍ରାଇଭର ଦିବସ ଭାବେ ମାନ୍ୟତା ଦେବା,ଗାଡି ଚେକିଂ କ୍ଷମତାପୋଲିସ ଠାରୁ ନେଇ ପରିବହନ ବିଭାଗ ଦେବା ଇତ୍ଯାଦି ।ଆଜି ମଙ୍ଗଳବାର ଦିନ ପ୍ରବଳ ଲଗାଣ ବର୍ଷାକୁ ଖାତିର ନ କରି ଓଡ଼ିଶା ଡ଼୍ରାଇଭର ସଂଘ ତରଫରୁ ସଭାପତି ଅମୁଲ୍ୟ ମହାନ୍ତିଙ୍କ ନେତୃତ୍ବରେ ଆନ୍ଦୋଳନ ଜାରି ରହିଛି ।ତାଙ୍କ ସହିତ ସଂପାଦକ ଅଶ୍ବିନୀ ମହାନ୍ତ,ଦିଲିପ ମହାନ୍ତ,ପିଣ୍ଟୁ ସର୍ଦାର,ପବନ ଗୋପାଲ,ଶଙ୍କର ଗିରି,ପିଣ୍ଟୁ ମହାନ୍ତ,ସୁବାସ ମହାନ୍ତ, ହେମନ୍ତ ହାଁସଦା,ଭରତ ଚୌଧୁରୀ,ସୁଶିଲ ଦାସ,ଧାନ ମୁଣ୍ଡା,ତୁଷାର ଗିରି,ବିଜୟ ମୁଣ୍ଡା,ପରମେଶ୍ବର ଗିରି,ସେଖ୍ କୁର୍ବାନ,ଯାକତୁ କିସ୍ କୁ,ଭଗତ ପାତ୍ର,ପଦ୍ମଲୋଚନ ବିନ୍ଧାଣି,ମୋହନ ମାଝୀ,ଦେବ ସୋରେନ,ଵୋଲ ମହାନ୍ତ,ଵିଜୟ ମୁଣ୍ଡା,ତୁଷାର ଗିରି ଏବଂ ଅନ୍ୟ ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ।ଡ୍ରାଇଭର ମାନଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ ପରିବହନ ବିପର୍ଯ୍ୟସ୍ତ ହୋଇପଡିଛି ଗାଡ଼ି,ଘୋଡ଼ା,ଅଖ,ଙ୍କ ବନ୍ଦ ହୋଇଯାଇଛି ।ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ସ୍କୁଲ ଛାତ୍ରଛାତ୍ରୀ ଅଭିଭାବକ,ଶିକ୍ଷକ,ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଯାଇ ନ ପାରି ହନ୍ତସନ୍ତ ହେଉଥିବା ଲକ୍ଷ୍ୟ କରାଯାଉଛି ।

