Img 20250707 wa0237

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ବାରିପଦା- ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଗ୍ରାମସ୍ଥ ଏସ ଏସ ଡି ଉଚ୍ଚ ବାଳିକା ବିଦ୍ଯାଳୟରେ ୭୬ ତମ ବନ ମହୋତ୍ସବ ଆଜି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି ବୃକ୍ଷ ରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ  ଜ୍ୟୋତି ରଞ୍ଜନ ସେନାପତି, ପ୍ରକୃତି ବଂଧୁ ଲଳିତ ମହାନ୍ତ,ବନପାଳ ବିପିନ ଚନ୍ଦ୍ର ବେହେରା, ଵନପାଳିକା ମେନକା ନାଏକ,ଅର୍ଚ୍ଚନା କୁମାରୀ,ଏସଏମ ଏସ ତ୍ରିଲୋଚନ ରାୟ,ସଂଯୋଜକ ରଶ୍ମିରଞ୍ଜନ ମହାନ୍ତ,ବନରକ୍ଷୀ ସୁଭଦ୍ରା ପାତ୍ର ଦୁଷ୍ମନ୍ତ ଦାସ,ରାମଦାସ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ବିଦ୍ୟାଳୟର  ଇକୋ କ୍ଳବ୍ ସଦସ୍ୟା ବୃନ୍ଦ,ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ରୀ ସମୂହ ବୃକ୍ଷ ରୋପଣ ,ବୃକ୍ଷ ସୁରକ୍ଷା,ମା’ ପାଇଁ ଗଛଟିଏ ନେଇ ମହୁଲଡିହା ପରିକ୍ରମା କରାଯାଇଥିଲା ।ପରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା ।ପରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ନେଇ ଏକ ସଚେତନତା ସଭା ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।ଅତିଥି ଗଣ କିଭଳି ସାରା ବିଶ୍ଵରେ ଜଙ୍ଗଲ ଦୃତକ୍ଷୟ ହୋଇ କଂକ୍ରିଟ ସହ ନିର୍ମାଣ କରାଯାଉଛି,ଦୃତଶିଳ୍ପାୟନ ପାଇଁ ଜଙ୍ଗଲ ଧ୍ବଂସ, ଅବାଧ ଖଣି ଖନନ,,ଗାଡି ଓ ମୋଟର ରୁ ନିର୍ଗତ ହେଉଥିବା ଧୂଳି ଓଧୂଆଁରେ ପରିବେଶ ନଷ୍ଟ,ବ୍ୟାପକ ପ୍ଳାଷ୍ଟିକ ଉତ୍ପାଦିତ ସାମଗ୍ରୀ ବ୍ୟବହାର,ପ୍ରାକୃତିକ ବିପର୍ଯ୍ୟୟ ନେଇ ମାନବ ସମାଜ ବିପଦରେ ।ତେଣୁ ବେଳହୁଁ ସାବଧାନ ହେବା ଉଚିତ ।ଜଳବାୟୁ ପରିବର୍ତନ,ଋତୁ ର ଅଭାବ ଅନୁଭଵ କରି ହେଉ ନାହିଁ,ତାପମାତ୍ରା ୪୯ ଡିଗ୍ରୀ ଛୁଇଁଲାଣି ।ତେଣୁ ଜୀବ ଜଗତ ଗରମ ଓ ଗୁଳୁଗୁଳି ରେ ତ୍ରାହି ତ୍ରାହି ହେଉଛନ୍ତି ।ତେଣୁ ଏକମାତ୍ର ବିକଳ୍ପ ବ୍ୟାପକ ବୃକ୍ଷ ରୋପଣ,ସୁରକ୍ଷା ଏବଂ ସଚେତନତା କୁ ସମସ୍ତେ ଗୁରୁତ୍ଵ ଦେବା ଉଚିତ ବୋଲି କହିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଇକୋ କ୍ଳବ୍ ମୁଖ୍ୟ ପରିଚାଳିକା ଶିକ୍ଷୟତ୍ରୀ ସରସ୍ଵତୀ ମହଲା, ହେମଲତା ମହାନ୍ତ,ଗୁରୁ ପ୍ରସାଦ ମହାକୁଡ଼,ସାଗରିକା ମହାପାତ୍ର,ପୁଷ୍ଟିତା ରାଉତ,ପ୍ରଭାସିନୀ ସେଠୀ,ହର ପ୍ରସାଦ ମହାନ୍ତ,
,ରଶ୍ମିଵତୀ ମୁର୍ମୁ,ଲଳିତ ବାରିକ ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।
Shrutilipi ad