Photo for the news of dabipatra from congress

ଆଗରପଡ଼ା ମୁଖ୍ୟ ବଜାରକୁ ସଂଯୋଗୀ ରାସ୍ତାର ଦୂରାବସ୍ଥା, କଂଗ୍ରେସ କର୍ମୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

ରାଜ୍ୟ
  • ପଦକ୍ଷେପ ଗ୍ରହଣ ନକଲେ ରାସ୍ତାରୋକ ଚେତାବନୀ

ଆଗରପଡ଼ା :ଆଗରପଡ଼ା ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଦୁରାବସ୍ଥାକୁ ନେଇ ସ୍ଥାନୀୟ ଅଂଚଳର କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଏବଂ ଏକମାତ୍ର ଐତିହାସିକ କର୍ମମନ୍ଦିର ଆଗରପଡ଼ା ଠାରେ ଅବସ୍ଥିତ ଥିବାରୁ ଉକ୍ତ ଅଂଚଳ ଓଡ଼ିଶା ତଥା ଭାରତ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କିନ୍ତୁ ଦୁର୍ଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ଏହି ଅଂଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଯଥା- ଜିଲ୍ଲା ସଦର ମହକୁମାକୁ ଯିବା ପାଇଁ ଆଗରପଡ଼ା-ବରପଦା ରାସ୍ତା, ବ୍ଲକ ଓ ତହସିଲ ଯିବା ପାଇଁ ଆଗରପଡ଼ା-ବନ୍ତ ରାସ୍ତା, ପଡ଼ୋଶୀ ଜିଲ୍ଲା କେନ୍ଦୁଝର ଯିବା ପାଇଁ ଆଗରପଡ଼ା-ଆନନ୍ଦପୁର ରାସ୍ତା ଏବଂ ବାଲେଶ୍ୱର ଜିଲ୍ଲାକୁ ଯିବା ପାଇଁ ଆଗରପଡ଼ା-କୁପାରୀ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ଏବଂ ରାସ୍ତା ଗୁଡ଼ିକ ମରଣଯନ୍ତା ପାଲଟିଛି । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମୁଖ୍ୟ ବଜାର ଉପରେ ଆମ ଜିଲ୍ଲା ତଥା ପଡ଼ୋଶୀ ବାଲେଶ୍ୱର ଓ କେନ୍ଦୁଝର ଏହିପରି ପାଖାପାଖି ୩ ଗୋଟି ଜିଲ୍ଲାର ଅଧିବାସୀ ନିର୍ଭର କରିଥାନ୍ତି । ରାସ୍ତା ସମସ୍ୟାକୁ ନେଇ ବାରମ୍ବାର କଂଗ୍ରେସ ଦଳର ନେତୃତ୍ୱମାନେ ପ୍ରଶାସକଙ୍କ ପାଖରେ ନିଜର ଦାବି ରଖି ଆସୁଥିଲେ । କିଛିଦିନ ତଳେ ଆଗରପଡ଼ା-ବରପଦା ରାସ୍ତାର ମରାମତି କରାଯାଇଥିଲେ ସୁଦ୍ଧା ଏହା ନିମ୍ନମାନର ହୋଇଥିବାରୁ ପୁଣି ସେହି ରାସ୍ତା ଶୋଚନୀୟ ହେବା ସହ ଯାତାୟତ ଆଉ ସମ୍ଭବ ହୋଇପାରୁ ନାହିଁ । ତେଣୁ ପ୍ରଶାସନ ଉକ୍ତ ଘଟଣାଟିକୁ ସକରାତ୍ମକ ଭାବରେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ, ଆସନ୍ତା ୧୪ତାରିଖ (ସୋମବାର) ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବାଧ୍ୟ ହୋଇ କଂଗ୍ରେସ ଦଳ ପକ୍ଷରୁ ରାସ୍ତାକୁ ଓହ୍ଲାଇ ଆଗରପଡ଼ା ଠାରେ ରାସ୍ତାରୋକ କରାଯିବ ବୋଲି ସେମାନେ ଅଭିଯୋଗ କରିବା ସହ ଏହାର ଏକକିତା ନକଲ ମାନ୍ୟବର ମନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ଆରକ୍ଷୀ ଅଧିକ୍ଷକ,ଅଧିକ୍ଷଣ ଯନ୍ତ୍ରୀ,ପୂର୍ତ୍ତ ବିଭାଗ,ଭଦ୍ରକ ଓ ଆଗରପଡ଼ା ଥାନା ଅଧିକାରୀଙ୍କୁ ପ୍ରେରଣ କରିଥିବା ଜଣାପଡ଼ିଛି ।

Shrutilipi ad