2948096e 45e1 4cff a53d 388ee97d823e 2025 07 08 18 04 21

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: କେନ୍ଦୁଝରରେ ଅଖଚକ ବନ୍ଦ, ଯାତାୟତରେ ବାଧାପ୍ରାପ୍ତ

ରାଜ୍ୟ

କେନ୍ଦୁଝର : ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ରାଜ୍ୟବ୍ୟାପି ୭ଦଫା ସମ୍ବଳିତ ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦଳନ ହୋଇଛି। ଫଳରେ ଅଖଚକ ବନ୍ଦ ହୋଇ ଯାଇଛି। ଏହା ଦ୍ବାରା ଯାତାୟତ ବ୍ୟାହତ ହୋଇଯାଇଥିବାରୁ ସାଧାରଣଲୋକେ ଯାଆସ କରିନପାରି ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।
କେନ୍ଦୁଝର ଜିଲ୍ଲା ୧୩ ଗୋଟି ବ୍ଲକ ସମେତ ସଦର ବ୍ଲକ ସଂଘ ପକ୍ଷରୁ ୪୯ନମ୍ବର ଜାତୀୟ ରାଜପଥ ଝାଡବେଲଦା ଠାରେ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦଳନ ପାଳନ କରିଛନ୍ତି। ରାଜ୍ୟ ସରକାର ଡ୍ରାଇଭରମାନଙ୍କର ଦାବି ଗୁଡ଼ିକୁ ପୂରଣ କରୁନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି। ଦୁଇମାସ ପୂର୍ବରୁ ଭୁବନେଶ୍ବର ପିଏମଜି ଛକରେ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦଳନରେ ବସିଥିଲା।
ସରକାର ଏକ ମାସ ସମୟ ନେଇ କେବଳ ପ୍ରତିଶ୍ରୁତି ଦେଇ କୈାଣସି ଦାବି ପୂରଣ କରିନଥିବାରୁ ପୁର୍ନଃବାର ଡ୍ରାଇଭରମାନେ ଓଲଫାୟାର ବୋର୍ଡରେ ଡ୍ରାଇଭରଙ୍କୁ ସାମିଲ କରିଛନ୍ତି।
ଡ୍ରାଇଭର ମହାସଂଘ ୬୦ବର୍ଷ ପରେ ସ୍ବତନ୍ତ୍ରଭତ୍ତା, ପ୍ରତ୍ୟେକ ୧ଶହ କିଲୋମିଟରେ ପାର୍କିଙ୍ଗ ବ୍ୟବସ୍ଥା ଓ ବିଶ୍ରାମଗାର, ଖଣି ଓ କାରଖାନାରେ ୬୦ ପ୍ରତିଶତ ନିଯୁକ୍ତି, ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି ଆଦି ୭ଗୋଟି ଦାବି ନେଇ ଆନ୍ଦୋଳନ ଜାରି ରହିଛି ବୋଲି ସଦର ବ୍ଲକ ସଭାପତି ମଙ୍ଗୁଳୁ ଚରଣ ମହାନ୍ତ କହିଛନ୍ତି। ନରଣପୁର ପଞ୍ଚାୟତ ଶରତ କୁମାର ବେହେରା କହିଛନ୍ତି ସରକାର ଦାବି ନପୂରଣ କଲେ ଅନିଦ୍ଧିଷ୍ଟକାଳ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। କେନ୍ଦୁଝରରେ ଅଖଚକ ବନ୍ଦ ରହିବା ଯୋଗୁଁ ସାଧାରଣ ଗମନାଗମନରେ ବାଧାପ୍ରାପ୍ତ ହୋଇଛି।

Shrutilipi ad