Img 20250705 wa0195

“ମା’ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ, ଦେଉଳି ହାଇସ୍କୁଲରେ ଶହେ ଚାରା ରୋପଣ

ରାଜ୍ୟ
ବାରିପଦା  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନାରାୟଣ ସେବା ଟ୍ରଷ୍ଟ, ସେଭ ଆର୍ଥ ମିଶନର ମିଳିତ ସହଯୋଗରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଶୁଳିଆପଦା ବ୍ଲକ୍ ଅନ୍ତର୍ଗତ ଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ  ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବିଦ୍ୟାଳୟ ପରିସରରେ ଆମ୍ବ, ପଣସ, ବଉଳ, ପିଜୁଳି, ମେହଗାନି ଆଦି ଶହେ ଚାରା ଗଛ ରୋପଣ କରାଯାଇଛି। ସର୍ବପ୍ରଥମେ ବିଦ୍ଯାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସାହୁଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା I ସମାଜସେବୀ,କବି ତଥା ଶୁଳିଆପଦା ସମ୍ବାଦ ସାହାଯ୍ୟ ଘରର ସଦସ୍ୟ ଅଜମ୍ବର ପୁଷ୍ଟି ଅଶ୍ବତଥ ବୃକ୍ଷ ଓ ତାର ମାନବ ସମାଜ ପ୍ରତି ଉପକାର ବିଷୟରେ ସୁନ୍ଦର କବିତା ପାଠ କରିଥିଲେ I  ନାରାୟଣ ସେବା ଟ୍ରଷ୍ଟ ସେବା ଟ୍ରଷ୍ଟର ଅଧ୍ୟକ୍ଷ ଡଃ.ନିରୋଜ କୁମାର ପୋଥାଳ ସୁସ୍ଥ ଭାବେ ବଞ୍ଚିବା ପାଇଁ ବୃକ୍ଷ ରୋପଣ ଆବଶ୍ୟକ ବୋଲି କହିଥିଲେ। ସେହିପରି ସାମ୍ବାଦିକ ଚିତ୍ତରଞ୍ଜନ ଶେଜପଡା, ମା ଲକ୍ଷ୍ମୀ ଫାଉଣ୍ଡେସନ୍ ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ତୁଙ୍ଗ ଓ ବିଶ୍ବଜିନୀ ସି ପ୍ରମୁଖ ମାନବ ସମାଜ ପାଇଁ ବୃକ୍ଷର ଉପକାରିତା ବିଷୟରେ ସଚେତନ କରିଥିବା ବେଳେ ଶୁଳିଆପଦା ସମ୍ବାଦ ସାହାଯ୍ୟ ଘରର ବ୍ଲକ୍ ସଂଯୋଜକ ଗୌରାଙ୍ଗ ଚରଣ ଗିରି ବୃକ୍ଷ ଲଗାଇବା,ତାର ଯତ୍ନନେବା ଏବଂ ତାକୁ ବଞ୍ଚେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିର୍ମଳ କୁମାର ଗିରି, ଗ୍ଲୋବାଲ ନିମ ପ୍ଲାଣ୍ଟେସନର ଅଧ୍ଯକ୍ଷ ବିମ୍ବାଧର ସାହୁ, ଆଦର୍ଶ ଶିକ୍ଷକ ତଥା ପ୍ରକୃତି ପ୍ରେମୀ ସୋମନାଥ ସିଂହ, ପୂର୍ଣ୍ଣ ଚନ୍ଦ୍ର ଦାସ୍, ବିଦ୍ଯାଳୟର ଶିକ୍ଷକ ରାଜେଶ ଶୁଭଙ୍କର, ସୁରେଶ ଚନ୍ଦ୍ର ମହାନ୍ତ, ରାଧାକୃଷ୍ଣ ବେହେରା, ଶମ୍ଭୁନାଥ ବେହେରା, ଦିଲ୍ଲୀପ ବିନ୍ଧାଣି, ଉମା ପାହାଡି, ଶିକ୍ଷୟତ୍ରୀ ଇପ୍ସିତା କର୍ମକାର, ଶୁଚିତ୍ରା ବେହେରା, ପାର୍ବତୀ ହାଁସଦା, ସାମ୍ବାଦିକ ସତ୍ଯ ମହାପାତ୍ର, ସମିର କୁମାର ମହାନ୍ତ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିବା ବେଳେ ସୁଶାନ୍ତ କୁମାର ଧଳ ଓ ମିନକେତନ ସି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Shrutilipi ad