ବାରିପଦା: ଦେଶର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ, କୃଷକ, କର୍ମଚାରୀ ଓ ସାଧାରଣ ମଣିଷକୁ ଶୋଷଣକାରୀ ନୀତି ବିରୁଦ୍ଧରେ ୯ ତାରିଖ ବୁଧବାର ଦେଶବ୍ୟାପୀ ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବାକୁ ଯାଉଛି। କେନ୍ଦ୍ର ସରକାରର ଦାନବୀୟ ଶ୍ରମ କୋଡ଼ ଓ ପୁଞ୍ଜିପତି ସପକ୍ଷବାଦୀ ନୀତି ହିଁ ଶ୍ରମଜୀବୀ ମଣିଷକୁ ରାଜରାସ୍ତାକୁ ଟାଣିଆଣୁଛି।୪ ଟି ଶ୍ରମ କୋଡ଼ ବାତିଲ କରିବା, ଚାଷୀର ଏମ୍ ଏସ୍ ପି କୁ ଆଇନ୍ ଗତ ସ୍ଵିକୃତି ଦେବା, ଜାତୀୟ ଶ୍ରମ ସମ୍ମିଳନୀ ତୁରନ୍ତ ଡକାଇବା, ସ୍କିମ ୱାର୍କର ଯଥା, ଆଶା, ଅନ୍ଗନବାଡି ଓ ପାଚିକା ସହାୟିକା ମାନଂକୁ ଶ୍ରମିକର ମାନ୍ୟତା ସହ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ମଜୁରୀ ପ୍ରଦାନ କରିବା, ମନରେଗା ଯୋଜନାରେ ବର୍ଷକୁ ୨୦୦ ଦିନର କାମ ସହ ଦୈନିକ ୬୦୦ ଟଙ୍କା ମଜୁରୀ ଧାର୍ଯ୍ୟ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା, ପୁରୁଣା ପେନସନ ଯୋଜନା ଚାଲୁ କରିବା,ଠିକା ନିଯୁକ୍ତି ପ୍ରଥା ଉଛେଦ, ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ମତେ ଇପିଏଫ ପେନସନ ମାସିକ ୯ ହଜାର ଟଙ୍କା ଲାଗୁ କରିବା ଇତ୍ୟାଦି ୧୭ ଦଫା ଦାବିକୁ କାର୍ଯ୍ୟକାରୀ କରିବାକୁ ଉଭୟ ସରକାରଙ୍କ ଉପରେ ଚାପ ପ୍ରୟୋଗ ପାଇଁ ଏ ଧର୍ମଘଟ। ଏହି ପରିପ୍ରେକ୍ଷୀରେ ଆଜି ବମ୍ବେ ଛକଠାରେ ନିଖିଳ ଓଡ଼ିଶା ଏମ୍ ଡି ଏମ୍ ପାଚିକା ସହାୟିକା, ଜିଲ୍ଲା କମିଟି ପକ୍ଷରୁ ପଥପ୍ରାନ୍ତ ସଭା ପୂର୍ଣ୍ଣିମା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଏଆଇଟିୟୁସି ର ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଯୋଗ ଦେଇ ଶ୍ରମିକ, କୃଷକ, କର୍ମଚାରୀ ଓ ସାଧାରଣ ମଣିଷର ମୋଳିକ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷିତ ରଖିବା ଆବଶ୍ୟକ ହୋଇପଡିଛି। ଜିଲ୍ଲା ସମ୍ପାଦିକା ମଧୁସ୍ମିତା ମହାନ୍ତ କହିଛନ୍ତି, ଆମେ ମା ସୁଲଭ ଗୁଣରେ କାମ କରୁଥିଲେ ସୁଦ୍ଧା ଆମର ସାମାଜିକ ସୁରକ୍ଷା ନାହିଁ। ଅନ୍ୟ ରାଜ୍ୟ ତୁଳନାରେ ଆମ ମଜୁରୀ ନଗଣ୍ୟ। ଜିଲ୍ଲା ପରିଷଦ ସଭ୍ୟ ଶୁକଦେବ ସିଂ ସରକାରର ବାଛ ବିଚାର ନୀତିକୁ ନିନ୍ଦା କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଜୁଲତା ମହାନ୍ତ, ସରିତା ସିଂ, ଚଞ୍ଚଳା ମହାନ୍ତ, ବିନ୍ଦୁ ଲତା, ରଶ୍ମିତା ମହାନ୍ତ,ଗୁଲମଣି, କଳ୍ପନା ନାଏକ, ଉର୍ବଶୀ ସିଂ, ରଂଗ ନାଏକ,ରୂପା ସି,ଉଷା ନାଏକ, କୁନ୍ତୀ ମହାନ୍ତ, ରେବତୀ ନାଏକ ପ୍ରମୁଖ ସାଥୀମାନେ ଉପସ୍ଥିତ ଥିଲେ।

