- ବିନା ଫାର୍ମାସିଷ୍ଟରେ ଚାଲିଛି ଔଷଧ ବିକ୍ରି
- ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନୁକମ୍ପାକୁ ନେଇ ପ୍ରଶ୍ନବାଚୀ
ଆଗରପଡ଼ା :ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ନୀରବତା ପାଇଁ ବନ୍ତ ବ୍ଳକର ବିଭିନ୍ନ ପଂଚାୟତରେ ନକଲି ମେଡ଼ିସିନ ବିକ୍ରୀ କରି କୋଟିପତି ହେଲେଣି ଔଷଧ ବ୍ୟବସାୟୀ । ଚଢଉ ନହେବାରୁ ଦିନକୁ ଦିନ ଦିନ ନକଲି ମେଡ଼ିସିନର ପ୍ରାଦ୍ରୁର୍ଭାବ ବେଶ ବଢିବାରେ ଲାଗିଛି । ବିଶେଷ ଭାବରେ ବନ୍ତ ବ୍ଲକର ଏକ ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରପଡ଼ା ଠାରେ ଅବସ୍ଥିତ । ଏହା ଅଧିନରେ ବନ୍ତ,କେନ୍ଦୁଆପଦା,କାଦବରାଙ୍ଗ ଓ ଅଡ଼ାଳପଙ୍କ ଏହିପରି ଚାରିଗୋଟି ପ୍ରାଥମିିିିିିିିିିିିିିିିିିିିିିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ) । ଏହି ସବୁ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଚଳରେ ନକଲି ମେଡିସିନ ବର୍ତ୍ତମାନ ଜୋରରେ ବିକ୍ରି ହେଉଛି । କେତେବେଳେ ସ୍ୱାସ୍ଥ୍ୟ ବିଭାଗ ହାତଗୁଞ୍ଜା ନେଇ ଚୁପ ବସୁଛି ତ ଆଉ କେତେବେଳେ ବିଭିନ୍ନ ବାହାନା ଦେଖାଇ ଚଢ଼ାଉ କରାଯାଉନି । ବିଶେଷଭାବରେ ଗ୍ରାମାଚଂଳରେ ନକଲି ମେଡ଼ିସିନ ବିକ୍ରି ଅଧିକ ହେଉଛି । ସାଧାରଣ ଗରିବ ଅସହାୟ ଭୋଗୀଙ୍କୁ ଏହି ନକଲି ମେଡ଼ିସିନ ବିକ୍ରି କରାଯାଉଛି । ବର୍ଷ ବର୍ଷ ଧରି ନକଲି ମେଡିସିନ ଚଳାଇଥିବା ଦୋକାନୀମାନେ କିଛି ଡ଼ାକ୍ତରଙ୍କୁ ହାତ କରି ଏହି ବେପାର କରିଆସୁଛନ୍ତି । ହେଲେ ଥରେ ମାତ୍ର ଡ୍ରଗ୍ଧ କଣ୍ଟ୍ରୋଲର ପକ୍ଷରୁ ଚଢାଉ ହେଉନି କି ମେଡିସିନର ମାନ ଯାଞ୍ଚଚ କରାଯାଉନି । ରାଜ୍ୟ ବାହାରୁ ନକଲି ମେଡିସିନ ଆଣି ଗ୍ରାମାଚଂଳ ଦୋକାନୀକୁ ଅତି କମ ଦାମରେ ଏହି ମେଡିସିନ ଯୋଗାଇ ଦିଆଯାଉଛି । ଏହି ମେଡିସିନ ଖାଇ ଲୋକେ ଭଲ ହେବେ କଣ କିଛିଦିନ ପରେ ତାଙ୍କ ଜୀବନ ଚାଲି ଯାଉଥିବା ଅଭିଯୋଗ ହେଉଛି । ମଧୁମେହ, ଉଚ୍ଚ ରକ୍ତଚାପ, କିଡନୀ, ହାର୍ଟ ଭଳି ମାରାତ୍ମକ ରୋଗର ଦାମୀ ମେଡ଼ିସିନ୍ ଏଠାରେ ନକଲି ଭାବେ ମିଳୁଥିବାର ଅଭିଯୋଗ ହେଉଛି । ବନ୍ତ ବ୍ଳକର ୨୫ ଗୋଟି ପଂଚାୟତ ସହିତ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ର୍ୟକେନ୍ଦ୍ର ସହିତ ଏହା ଅଧିନରେ ଥିବା ୪ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଏବେ ନକଲି ମେଡିସିନ ମିଳୁଥିବା ଅଭିଯୋଗ ହୋଇଛି । ଏହି ନକଲି ମେଡ଼ିସିନ୍ର ଚେର ପଶ୍ଚିମବଙ୍ଗ, ବିହାର, ବାଙ୍ଗାଲୋର, ଦିଲ୍ଲୀକୁ ଲମ୍ବିଥିବା ଜାଣିବାକୁ ମିଳିଛି । ବୈଧ ଲାଇସେନ୍ସ ନଥାଇ ଆଉ ଫାର୍ମାସିଷ୍ଟ ନଥାଇ ମେଡିସିନ ବିକ୍ରି ଆଉ ଚିକିତ୍ସା ମଧ୍ୟ କରାଯାଉଛି । କେବଳ ଫାର୍ମାସିଷ୍ଟ ସାର୍ଟିଫିକେଟରେ ଲକ୍ଷ ଲକ୍ଷ ଟଙ୍କାର ନକଲି ମେଡ଼ିସିନ ବିକ୍ରି ହେଉଛି ଓ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ନେଇ ସ୍ଥାନୀୟ ପ୍ରଶାସନର କାର୍ଯ୍ୟକଳାପକୁ ସନ୍ଦେହ କରାଯାଇଛି । ନିୟମାନୁସାରେ ମେଡ଼ିସିନ ଦୋକାନରେ ଫାର୍ମାସିଷ୍ଟ ଔଷଧ ବିକ୍ରି କରିବା କଥା । କିନ୍ତୁ ବନ୍ତ ବ୍ଲକର ଅନେକାଂଶରେ ତାହା ହେଉନଥିବା ଅଭିଯୋଗ ହୋଇଛି । କେବଳ ଫାର୍ମାସିଷ୍ଟ ସାର୍ଟିଫିକେଟ ଖଣ୍ଡେ ହାସଲ କରି ତାହାକୁ ପ୍ରମାଣପତ୍ର ଆକାରରେ ରଖି ନକଲି ମେଡ଼ିସିନ ଚିକ୍ରିଠାରୁ ଚିକିତ୍ସା ସବୁକିଛି ହେଉଥିବା ଦେଖିବାକୁ ମିଳୁଛି ଉକ୍ତ ବ୍ଲକରେ । ତେବେ ଏତେସବୁ କାର୍ଯ୍ୟ ହେଉଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନିୟମିତଭାବରେ ମେଡ଼ିସିନ ଦୋକାନଗୁଡିକ ଯାଞ୍ଚଚ ହେଉନଥିବା ଫଳରେ ଏହିଭଳି ଦୁଇନମ୍ବର କାର୍ଯ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏମିତିକି ଅନେକ ଔଷଧ ଦୋକାନର ବୈଧ ଲାଇସେନ୍ସ ନଥିବା ମଧ୍ୟ ଜାଣିବାକୁ ମିଳିଛି । ଏହିଭଳି କାର୍ଯ୍ୟ ଚାଲିବା ଦ୍ୱାରା କେତେବେଳେ ଯେ କେଉଁ ରୋଗୀର ଜୀବନ ବିପଦରେ ନ ପଡିବ ତାହା କହିହେବ ନାହିଁ । ତେଣୁ ଏହି ବେଆଇନ୍ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲୋକଙ୍କ ଜୀବନ ସହ ଖେଳୁଥିବା ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

