କଟକ : ଆଜି କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସୌଜନ୍ୟରେ ସିଲଭର୍ ସିଟି ବୋଟ୍ କ୍ଲବ୍, ହାଡ଼ିଆପଠା ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଅଛି । ଏହି ଅବସରରେ କଟକ ଜିଲ୍ଲା କୋର୍ଟର ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କ ଦ୍ୱାୟିତ୍ବରେ ଥିବା ଶ୍ରୀଯୁକ୍ତ ରାଜ କିଶୋର ମହାପାତ୍ର ଚାରାରୋପଣ କରିଥିଲେ । ଏହି ଅବସରରେ କଟକ ଜିଲ୍ଲାର ସମସ୍ତ ବିଚାରବିଭାଗୀୟ ଅଧିକାରୀ ବୃନ୍ଦ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଟକ ମଧ୍ଯ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟରେ ଜିଲ୍ଲା ବନ ବିଭାଗର ଅଧିକାରୀ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଟକ ଶ୍ରୀଯୁକ୍ତ ଜଗଦିଶ ଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

