କଟକ: ନେଚର ଲଭର୍ସ କ୍ଲବ, କଟକ ମହାନଗର ନିଗମ ଓ ନଗର ବନଖଣ୍ଡ ର ମିଳିତ ଆନୁକୂଲ୍ୟରେ ସି. ଡି. ଏ. ସେକ୍ଟର-8 ସ୍ଥିତ ପାର୍କରେ ବନମହୋତ୍ସବ ପାଳିତ ହୋଉଯାଇଛି l ବହୁ ଉପକାରୀ ଔଷଧୀୟ ଗଛ ଓ ଫୁଲ ଗଛ ସବୁ ପାର୍କରେ ରୋପଣ କରାଯାଇଥିଲା l କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂ ଚାରା ରୋପଣ କରି କହିଲେ “ସୁସ୍ଥ ପରିବେଶ ପାଇଁ ଅନେକ ଗଛର ଆବଶ୍ୟକତା ରହିଛି l ଗଛ ଆମର ବନ୍ଧୁ” l
ନେଚର ଲଭର୍ସ କ୍ଲବର ସଭାପତି ତଥା ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ଭାରତୀ ବେହେରା କହିଲେ “ବୃକ୍ଷ ଆମର ଉପକାର କରେ l ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରି ଜଳବାୟୁକୁ ନିୟନ୍ତ୍ରଣ କରି ପରିବେଶକୁ ସୁସ୍ଥ ରଖିଥାଏ “l ପ୍ରଫେସର ଧରଣୀଧର ଜେନା, ଶ୍ରୀ ସୁକାନ୍ତ କିଶୋର ମହାନ୍ତି, ଡଃ ହିମାଂଶୁବାଳା ପଟ୍ଟନାୟକ, ପୂର୍ବତନ ସି. ସି. ଏଫ. ଜିତଶତ୍ରୁ ମହାନ୍ତି,ସୁପ୍ରଭା ରାଉତ, ସି. ଏମ. ସି. ର ପାର୍କ ଇନଚାର୍ଜ ଅଫିସର ସୁବ୍ରତ ଭାରତୀୟ, ଡଃ ହେମନ୍ତ କୁମାର ପରିଡା, ଶ୍ରୀ ନିରଞ୍ଜନ ପାତ୍ର, ସ୍ଥାନୀୟ କର୍ପୋରେଟର ଶ୍ରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସମେତ ସି. ଏମ. ସି. ର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରରେ ସହଯୋଗ କରିଥିଲେ l ନେଚର ଲଭର୍ସ କ୍ଲବର ସମ୍ପାଦକ ଶ୍ରୀ ବୃନ୍ଦାବନ ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

