Photo for the news of bahuda yatra

ଆଗରପଡ଼ାରେ ବାହୁଡ଼ା ଯାତ୍ରା

ରାଜ୍ୟ

ଆଗରପଡ଼ା :ଜିଲ୍ଲାରେ ଅନ୍ୟତମ ପୁରାତନ ତଥା ପ୍ରମୁଖ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ବାହୁଡ଼ା ଯାତ୍ରା ଆଗରପଡ଼ା ଠାରେ ଅପୂର୍ବ ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରୁ ସ୍ୱତନ୍ତ୍ର ରୀତିନୀତି ସରିବା ପରେ ଅପରାହ୍ନରେ ଶ୍ରୀଜୀଉମାନଙ୍କୁ ମାଉସୀମା ମନ୍ଦିରରୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା । ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ରୌପ୍ୟ ଖଡ଼ିକା ରେ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା, ଭଜନ, କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧୂନୀରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ରଥ ଶ୍ରୀମନ୍ଦିର ନିକଟରେ ପହିଁଚିବା ପରେ ଶ୍ରୀଜୀଉମାନେ ମନ୍ଦିରକୁ ବିଜେ କରିଥିଲେ । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଘୋଷଯାତ୍ରାରେ ସାମିଲ ଥିଲେ । ଇଲେଭେନ ଷ୍ଟାର କ୍ଲବ୍ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସି ଫୋରମ ଯୁଗ୍ମ ସଂପାଦିକା ସଂଯୁକ୍ତା ସିଂହ ,ଅନିରୁଦ୍ଧ ସିଂହ, ସାମ୍ବାଦିକ ଅକ୍ଷୟ ସିଂହ, ବଳରାମ ଦାସ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ । ଭାରପ୍ରାପ୍ତ ଥାନାଧିକାରୀ ଦେବରାଜ ଜେନାଙ୍କ ନେତୃତ୍ୱରେ ପୋଲସ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।

Shrutilipi ad