2aa404de 9c14 4d5c bc0c 98c9e800

ଶାବର ଶ୍ରୀକ୍ଷେତ୍ରରେ ରଥ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୋରାପୁଟ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଶ୍ରୀ ପ୍ରଧାନ ସାମିଲ ହୋଇ ମହାପ୍ରଭୁଙ୍କ ରଥ ଟାଣିଛନ୍ତି।

ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରଥମେ ଆଦିବାସୀଙ୍କ ଦେବତା ରୂପେ ପୂଜା ପାଇ ଆସୁଥିଲେ। ଶବରମାନେ ଗିରିକନ୍ଦର ମଧ୍ୟରେ କାହିଁ କେତେଜ ଯୁଗରୁ ମହାପ୍ରଭୁଙ୍କୁ ପୂଜା କରି ଆସୁଥିଲେ। ବନବାସୀମାନଙ୍କର ଶ୍ରୀଜଗନ୍ନାଥଙ୍କ ସହିତ ସଂପର୍କ ଏତେ ନିବିଡ ଯେ, ଅନାଦି କାଳରୁ ପୂଜା ପାଇ ମଧ୍ୟ ପ୍ରଭୁ ସେହି ଶବରମାନଙ୍କ ଭକ୍ତି ଓ ପ୍ରେମରେ ବାନ୍ଧି ହୋଇ ଧାଇଁ ଆସିଲେ ଆଦିବାସୀଙ୍କ ପ୍ରକୃତି କୋଳ କୋରାପୁଟକୁ। ଏହି କୋରାପୁଟର ଗିରିକନ୍ଦର ମଧ୍ୟରେ ମହାପ୍ରଭୁଙ୍କ ଉପସ୍ଥିତି ଯେକୌଣସି ଭକ୍ତ ବାରିପାରିବ। କୋରାପୁଟରେ ବିଗତ କିଛି ଦଶନ୍ଧି ହେଲା ରଥଯାତ୍ରାକୁ ଆଡ଼ମ୍ବର ସହିତ ଆୟୋଜନ କରାଯାଉଛି। ଶାବର ଶ୍ରୀକ୍ଷେତ୍ରକୁ ଭକ୍ତଙ୍କର ଆଗମନ ହେଉଛି।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶାବର ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ଆଡ଼ମ୍ବର ସହିତ ରଥଯାତ୍ରାର ଆୟୋଜନ ହେଉଛି। ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କୋରାପୁଟ ସହର ଓ ଏହାର ଆଖପାଖର ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ, କର୍ମଚାରୀ ଓ ବିଜେପି କର୍ମୀମାନେ ଶାବର ଶ୍ରୀକ୍ଷେତ୍ରରେ ଯୋଗ ଦେଇଥିଲେ।

Shrutilipi ad