Img 20250704 wa0135

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ

ରାଜ୍ୟ

ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ ତରଫରୁ ବନ ବିଭାଗର ସହଯୋଗରେ ଆଜି ସ୍ଥାନୀୟ ଏମ କେ ସି ହାଇ ସ୍କୁଲ ପରିସରରେ “ବନ ମହୋତ୍ସବ ସପ୍ତାହ” ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ଶିକ୍ଷାର୍ଥୀ ମାନଙ୍କୁ ସାଂପ୍ରତିକ ସମୟରେ ବୃକ୍ଷରୋପଣର ଉପଦେୟତା ସମ୍ବନ୍ଧରେ ବୁଝାଇବା ସହିତ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଉପଦେଶ ଦେଇଥିଲେ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଜଜ(ଭିଜିଲାନ୍ସ) ଶ୍ରୀମତୀ ପୁର୍ଣିମା ଜେନା,ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ସତ୍ୟନାରାୟଣ ପାତ୍ର, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଳ ଶ୍ରୀ ସୁମନ କୁମାର ମିଶ୍ର, ପରିବାର ଅଦାଲତ ଜଜ ଶ୍ରୀମତୀ ପ୍ରଜ୍ୟୋତି ରାଉତ, ପୋକସୋ କୋର୍ଟ ସ୍ପେଶାଲ ଜଜ ଶ୍ରୀମତୀ ପ୍ରତିମା ପାତ୍ର, ଚିଫ ଜୁ ମଡିସିଆଲ ମାଜିଷ୍ଟ୍ରେଟ ଶ୍ରୀ ଦେବାଶିଷ ମହାନ୍ତି, ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ନିହାର ରଞ୍ଜନ ସାହୁ,ସିନିୟର ସିଭିଜ ଜଜ (ଏଲ୍.ଆର ଓ ଏଲ୍‌.ଡି.ଭି ) ଶ୍ରୀ ସୁଦାମ ଚରଣ ଦାଶ, ସିନିୟର ସିଭିଲ୍ ଜଜ ଶ୍ରୀମତୀ ସତରୂପ ଶତପଥୀ,, ଅତିରିକ୍ତ ସିନିୟର ସିଭିଲ ଜଜ ଶ୍ରୀ ସୂର୍ଯ୍ୟ ଦାସ, ଦ୍ଵିତୀୟ ଅତିରିକ୍ତ ସିନିୟର ସିଜିଲ ଜଳ ଡା. ନିଶାକର ସାହୁ, ଏସ. ଡି. ଜେ. ଏମ. ଶ୍ରୀମତୀ ଜୁୱେଲ ପଟ୍ଟନାୟକ, ଜେ. ଏମ. ଏଫ,ସି-1 (Cog. Taking) ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ଵାଇଁ, ଜେ.ଏମ.ଏସ.ସି କୁମାରୀ ମଧୁଶ୍ରବା ମହାନ୍ତି, କୁମାରୀ ସୀମା ଅଗରୱାଲା, ଶ୍ରୀ ଶୁଭ୍ରାଂଶୁ ଠାକୁରସମେତ ବନଖଣ୍ଡ ଅଧିକାରୀ ଶ୍ରୀ ଏ. ଉମା ମହେଶ,ଏମ କେ ସି ହାଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ବାସନ୍ତୀ ଟୁଡୁ ଯୋଗ ଦେଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଅଧିକାର ମିତ୍ର ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି ତଥା ବନ ବିଭାଗ ଏବଂ ପ୍ରାଧିକରଣର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Shrutilipi ad