ବାରିପଦା: କେନ୍ଦ୍ର ସରକାରର ଶ୍ରମିକ, କୃଷକ, କର୍ମଚାରୀ,ଜନ ବିରୋଧି ନୀତିକୁ ନେଇ ଦେଶର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ଆସନ୍ତା ୯ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବାକୁ ଯାଉଛି। ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା,୪ ଶ୍ରମ କୋଡ଼ ବାତିଲ କରିବା, ଆଇଏଲସି ତୁରନ୍ତ ଡକାଇବା, ସ୍କିମ ୱାର୍କର ଯଥା ଆଶା, ଅନ୍ଗନବାଡି ଓ ପାଚିକା ସହାୟିକାଙ୍କ ଇତ୍ୟାଦିକୁ ଶ୍ରମିକର ମାନ୍ୟତା ସହ ମାସିକ ୨୬ ହଜାର ଟଙ୍କା ମଜୁରୀ ପ୍ରଦାନ, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ପୁରୁଣା ପେନସନ ଯୋଜନା ଲାଗୁ କରିବା,ଇପିଏଫ ପେନସନ ମାସିକ ୯ ହଜାର ଟଙ୍କା ପ୍ରଦାନ କରିବା, ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ କରିବା, ଜଙ୍ଗଲ ସଂରକ୍ଷଣ ଆଇନ୍,୨୦୨୩ ବାତିଲ କରି ୨୦୦୬ ଜଙ୍ଗଲ ଅଧିକାର ଆଇନକୁ ଲାଗୁ କରିବା, ଚାଷୀର ଏମ୍ ଏସ୍ ପି କୁ ଆଇନ୍ ଗତ ସ୍ଵିକୃତି ଇତ୍ୟାଦି ୧୭ ଦଫା ଦାବି ନେଇ ହେବାକୁ ଥିବା ଜୁଲାଇ ୯, ବୁଧବାର ଦେଶବ୍ୟାପୀ ସାଧାରଣ ଧର୍ମଘଟର ସଫଳତା ପାଇଁ ଆଜି ବାମନଘାଟି ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଥପ୍ରାନ୍ତ ସଭା ସାଥୀ ମଗିଲାଲ ହେମ୍ବ୍ରମକ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଏଆଇୟୁଟିୟୁସିର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ସାଥୀ ଶମ୍ଭୁନାଥ ନାଏକ , ଏଆଇଟିୟୁସି ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ତ୍ରୀନାଥ ପାତ୍ର ବକ୍ତବ୍ୟରେ ସରକାରଙ୍କ ଶ୍ରମିକ, କୃଷକ, କର୍ମଚାରୀ, ସାଧାରଣ ମଣିଷ ବିରୋଧୀ ନୀତିକୁ ନିନ୍ଦା କରିବା ସହ ଆଗାମୀ ୯ ଜୁଲାଇ ଦେଶବ୍ୟାପୀ ସାଧାରଣ ଧର୍ମଘଟ,ଭାରତ ବନ୍ଦକୁ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏଆଇଟିୟୁସି ପକ୍ଷରୁ ସତିଶ ସି,ବୁଧୁ ପାଟ ବିନ୍ଧା, ପାର୍ବତୀ ମୁର୍ମୁ, ସୁରେନ୍ଦ୍ର ପାତ୍ର,ନିନିବାବୁ ଧଳ,କୁମ ଧଳ, ଏଆଇୟୁଟିୟୁସି ପକ୍ଷରୁ ମଧୁସୂଦନ ନାଏକ, ଲଳିତ ମହାନ୍ତ, ଗୋବିନ୍ଦ ଦାସ,ସମାୟ ଟୁଡୁ, ଜଗବନ୍ଧୁ ମଲ୍ଲିକ, ସୁମିତ୍ରା ସରଦାର,ସାଲଗେ ମୁର୍ମୁ,ଗାଗି ଦେଓଗାମ ପ୍ରମୁଖ ଉପସ୍ଥିତ ଥିଲେ।

