Img 20250703 wa0148

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରଥଯାତ୍ରାରେ ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ

ରାଜ୍ୟ

ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜଦ୍ଵାରା ରଥ ପଡିଆ ମଧ୍ୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଆଇନ ସଚେତନତା ନିମନ୍ତେ ଖୋଲା ଯାଇଥିବା ସ୍ଟଲ ମାଧ୍ୟମରେ ଆଜି ବିଭିନ୍ନ ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ କରାଯାଇଥିବା ବେଳେ ସ୍ଟଲ ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ପରିବେଶ ସୁରକ୍ଷା ଉଦେଶ୍ୟରେ ବୃକ୍ଷ ଚାରା ବଣ୍ଟନ କରାଯାଇଛି।

ଏହି ସ୍ଟଲ ମାଧ୍ୟମରେ ବିଭିନ୍ନ ବିଭାଗ ଦ୍ୱାରା ଚିହ୍ନଟ କରାଯାଇଥିବା ହିତାଧିକାରୀ ମାନେ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟଙ୍କ ହାତରୁ ବିଭିନ୍ନ ସହାୟତା ଗ୍ରହଣ କରିଥିଲେ। ବିଭିନ୍ନ ସହାୟତା ମଧ୍ୟରେ ଶ୍ରମିକ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା ଓ ଶିକ୍ଷା ସହାୟତା ପ୍ରଦାନ କରାଯାଇଥିବା ବେଳେ ଭିନ୍ନକ୍ଷମ ମାନଙ୍କୁ ଶ୍ରବଣ ଯନ୍ତ୍ର ଓ ତିନି ଚକିଆ ସାଇକେଲ ପ୍ରଦାନ କରଯାଇଥିଲା। ଜୁଲାଇ ପ୍ରଥମ ସପ୍ତାହକୁ ସରକାରଙ୍କ ପକ୍ଷରୁ “ବନ ମହୋତ୍ସବ ସପ୍ତାହ” ଭାବରେ ପାଳନ କରାଯାଉଥିବା ବେଳେ ପରିବେଶ ସୁରକ୍ଷା ସଚେତନତାକୁ ଆଖିରେ ରଖି ପ୍ରାଧିକରଣ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ବିଭିନ୍ନ ବୃକ୍ଷର ଚାରା ମାଗଣାରେ ବଣ୍ଟନ କରଯାଇଥିଲା।

ଏହି ଅବସରରେ ବାରିପଦା ସଦର ମହକୁମାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଶ୍ରମ ଅଧିକାରୀ ତଥା ବି.ଏସ.ଏସ.ଓ, ବାରିପଦା ଉପସ୍ଥିତ ଥିଲେ। ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମର ସୁପରିଚଳନା କରିଥିବା ବେଳେ ପ୍ୟାନେଲ ଆଡଭୋକେଟ ଶ୍ରୀ ନାରାୟଣ ବାର, ଅଧିକାର ମିତ୍ର ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି, ଅଭିଜିତ ଦାସ ଓ ଜୟପଦ ମହାକୁଡ଼ଙ୍କ ସମେତ ପ୍ରାଧିକରଣର ସମସ୍ତ କର୍ମଚାରୀ ସହାୟତା କରିଥିଲେ।

Shrutilipi ad