Wer

ଅରବିନ୍ଦ ଦାସ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ

ରାଜ୍ୟ
ବାରିପଦା : ଅରବିନ୍ଦ ଦାସ (ବାପି ) ଙ୍କୁ ପୂର୍ଵ ମୟୁରଭଞ୍ଜ ଜିଲ୍ଲା ର ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି l ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ରେ ଏକ ଖୁସିର ବାତାବରଣ ଦେଖା ଦେବା ସହ, ଆଗକୁ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ଏକ ଯୁବ ସଂଗଠକଙ୍କୁ, ଏପରି ଏକ ଗୁରୁତ୍ବ ପୁର୍ଣ ଦାୟିତ୍ୱ ପ୍ରଦାନ କରିଥିବାରୁ, ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ଆଗାମି ଦିନରେ ଜିଲ୍ଲାରେ ନିଜର ପୂର୍ଵ ସଂଗଠନ କୁ ସୁଦୃଢ କରିବା ସହ ଆଗାମି ଦିନରେ, ଜିଲ୍ଲା ର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବୟୋଜ୍ୟେଷ୍ଠ ନେତୃବୃନ୍ଦ ଯଥା ପୂର୍ବତ୍ତନ ଏ.ଆଇ.ସି.ସି ସଦସ୍ୟା  ସୁଶୀଳା ତିରିଆ, ପୂର୍ବତ୍ତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ,ପୂର୍ବତ୍ତନ ରାଷ୍ଟ୍ରୀୟ ଏସ. ଟି ସେଲ ଉପାଧକ୍ଷ ଶ୍ୟାମ ସୁନ୍ଦର ହାଁସଦା,ରାଜ୍ୟ ବାଣିଜ୍ୟ ସେଲ ଅଧକ୍ଷ ଯୋଗେଶ ଅଗ୍ରୱାଲ,ରାଜ୍ୟ ସମ୍ପାଦକ ଲକ୍ଷ୍ମୀଧର ନାଏକ,ପୂର୍ବତ୍ତନ ଜିଲ୍ଲା ସଭାପତି ପ୍ରଦୀପ ରଥ, ପୂର୍ବତ୍ତନ ଜିଲ୍ଲା ସଭାପତି ହେମନ୍ତ ଦାସ,ପୂର୍ବତ୍ତନ ଜିଲ୍ଲା ସଭାପତି ନିରୋଜ ଲୋଚନ ଦାସ, ପୂର୍ବତ୍ତନ ପି.ପି  ବିଜନ ଦାସ, ଆଇନସେଲ ଅଧକ୍ଷ ଜ୍ୟୋତିପ୍ରକାଶ ରଥ, ପଞ୍ଚାୟତ ରାଜ ବିଭାଗର ରାଜ୍ୟ ସମ୍ପାଦକ ମୀନକେତନ ବେହେରା, ମହିଳା କଂଗ୍ରେସ ର ପୂର୍ବତ୍ତନ ଜିଲ୍ଲା ସଭାପତି ଆଇନଜୀବି ସୁସ୍ମିତା ଘୋସାଲ, ପୂର୍ବତନ ସମ୍ପାଦକ ତାରାକାନ୍ତ ବେହେରା, ପୂର୍ବତ୍ତନ ଛାତ୍ର ସଭାପତି ମୋତିପ୍ରକାଶ ଦାଶ, କିଶାନସେଲ ଅଧକ୍ଷ ଦୀପକ ଦାସ, ଓ. ବି. ସି ସେଲ ର ଦୀଲ୍ଲିପ ନାଏକ, ପଞ୍ଚାୟତ ବିଭାଗର ଜିଲ୍ଲା ଚେୟାରମେନ ଶିବାନନ୍ଦ ଦାଶ,ଚୈତନ ହାଁସଦା, ଅଶୋକ ଗିରି, ପ୍ରଦୀପ ମିଶ୍ର, ଅଶୋକ ଅଧିକାରୀ, ବିଜୟ ସିଂ,ଶେଖ ମୁସ୍ତଫା, ସୁକାନ୍ତ ବାରିକ, ଶୁଭସ୍ମିତା ଦାସ,  ମାଧବୀ ସେନାପତି, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର, ୱାହିଦା ବେଗମ, ଫରିଦା ତବସୁମ, ଶେଖ ଇକବାଲ,  ରଞ୍ଜିତା ଯୋଶୀ, ପ୍ରଦୀପ ଦାସ, ଯୁବନେତା ଦୀପକ ଦାସ, ନାରାୟଣ ପଟ୍ଟନାୟକ, ପୂର୍ଣଚନ୍ଦ୍ର ବିଶ୍ୱାଳ, ଉତ୍ତମ ବେହେରା, କୁଶ ସାହୁ, ମନ୍ମଥ ପ୍ରଧାନ, ଅମରେନ୍ଦ୍ର ଗିରି, ଶ୍ରୀମିତି ସୁନନ୍ଦା ସାହୁ, ନୀର୍ମଳ ପ୍ରଧାନ, ମହେନ୍ଦ୍ର ନାଏକ, ସୁଦିପ ମନ୍ତ୍ରୀ, ସମର ରଞ୍ଜନ ଦାସ, ସତ୍ୟକାମ ସେନାପତି, ତୁଷାର ବେହେରା,ସୁକେଶୀ ପାଣି,  ପ୍ରମୁଖ ନବନିଯୁକ୍ତ ସଭାପତି  ଅରବିନ୍ଦ ଦାସ ଙ୍କୁ ଶୁବେଛା ଜଣାଇବା ସହ ପ୍ରଦେଶ କଂଗ୍ରେସ ସଭାପତି  ଭକ୍ତ ଚରଣ ଦାସ ଓ ରାଜ୍ୟ ପ୍ରଭାରୀ  ଅଜୟ କୁମାର ଲଲୁ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l
Shrutilipi ad