ବାରିପଦା – ବାରିପଦା ବନଖଣ୍ଡ ଆନୁକୁଲ୍ୟ ରେ ୭୬ତମ ବନ ମହୋତ୍ସବ ପାଳନ ଅବସର ରେ ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ରୁ ସବୁଜ ରଥ ର ଶୁଭାରମ୍ଭ ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ଉମା ମହେଶ ଙ୍କ ଦ୍ଵାରା କରାଯାଇଅଛି।ଏହି ରଥ ବାରିପଦା ବନଖଣ୍ଡ ଅଧିନ ରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତ ରେ ବୃକ୍ଷ ରୋପଣ ର ବାର୍ତ୍ତା ପହଞ୍ଚାଇବା ସହିତ ପ୍ରଧାନମନ୍ତ୍ରୀ ଙ୍କ ମା କେ ନାମ ଏକ ପେଡ ର ବାର୍ତ୍ତା ପହଞ୍ଚାଇବା ପାଇଁ ଉଦ୍ୟମ କରିବେ। ଜଙ୍ଗଲ ମହୋତ୍ସବ ଆନୁକୁଲ୍ୟରେ ବାରିପଦା ବନଖଣ୍ଡ ସମ୍ମୁଖ ରେ ଜନସାଧାରଣ ଙ୍କ ପାଇଁ ଚାରା ବଣ୍ଟନ କେନ୍ଦ୍ରର ର ଶୁଭାରମ୍ଭ ବାରିପଦା ବନଖଣ୍ଡ ଅଧିକାରୀଙ୍କ ଦ୍ବାରା କରାଯାଇଥିଲା ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣ ଙ୍କୁ ବିଭିନ୍ନ ପ୍ରକାରର ଉତ୍ତମ ମାନ ର ଚାରା ମାଗଣା ରେ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ରେ ସହକାରୀ ବନ୍ୟ ସଂରକ୍ଷକ ମେହେରବାନ ଅଲ୍ଲୀ, ବାରିପଦା ରେଞ୍ଜ ଅଫିସର ଶ୍ରଦେହ ମନ୍ତ୍ରୀ, ପରିବେଶବିତ୍ ବିବେକାନନ୍ଦ ପଟ୍ଟନାୟକ ଓ ବନଖଣ୍ଡ ର କର୍ମଚାରୀ ଉପସ୍ଥିତ ଥିଲେ।

