ସ୍ୱର୍ଗତା ରେଣୁକା ଦାସଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ
କେନ୍ଦ୍ରାପଡା (ବିକାଶ ବେହେରା, ଓଏନଏନ) : ରାଜ୍ୟର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ମହାପାତ୍ର ଆଜି ସାନବେତରା ଗସ୍ତ କରି ଶ୍ରୀଯୁକ୍ତ ବାବୁଲି ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗତା ରେଣୁକା ଦାସଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଶ୍ରୀ ମହାପାତ୍ର ସିଧାସଳଖ ଶ୍ରୀଯୁକ୍ତ ଦାସଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜ୍ଞାପନ କରିଥିଲେ।

ଏହି ଅବସରରେ ଶ୍ରୀ ମହାପାତ୍ର ସ୍ୱର୍ଗତା ରେଣୁକା ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନୀରବ ପ୍ରାର୍ଥନା କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସ୍ୱର୍ଗତା ରେଣୁକା ଦାସ ଜଣେ ଧର୍ମପରାୟଣା ଓ ମେଳାପୀ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଏହି ଦୁଃଖଦ ସମୟରେ ଶ୍ରୀ ମହାପାତ୍ରଙ୍କ ସହିତ ପାଟକୁରା ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ କ୍ଷିତିଶ ଦାସଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ସମାଜସେବୀ ଓ ରାଜନେତାମାନେ ମଧ୍ୟ ଉପସ୍ଥିତ ରହି ସ୍ୱର୍ଗତା ଦାସଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶ୍ରୀ ମହାପାତ୍ରଙ୍କ ଏହି ଗସ୍ତ ଶୋକାକୁଳ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିବା ସହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

