ବାରିପଦା -୩୦/୦୬- ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଖେମକା କଲୋନୀରଚାରି ମହଲା ଆପାର୍ଟମେଣ୍ଟର ଉ ଏବଂ ଏଣ୍ଡ ଟି କମ୍ପାନୀର ଆକାଉଣ୍ଟାଣ୍ଟ ଙ୍କ ଝୁଲନ୍ତା ମୃତଦେହ ରାଇରଙ୍ଗପୁର ଟାଉନ ପୋଲିସ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଅଫିସ ରୁ ଅଚାନକ ଆସି ଭଡାଘର ପଙ୍ଖାରେ ଝୁଲି ପଡ଼ିଲେ କର୍ମଚାରୀ ଜଣକ ।ମୃତକ ହେଲେ ସମ୍ବଲପୁର ନିବାସୀ ସୁଧାଂସୁ ଶେଖର ଦାସ।
ସୂଚନା ଅନୁସାରେ ସୁଧାଂସୁ ଅନ୍ୟ ଜଣେ ସହକର୍ମୀ ଙ୍କ ସହିତ ଜଳ ଖିଆ ଖାଇସାରି ଅଫିସ କୁ ଯାଇଥିଲେ।ଅଫିସ ରେ କିଛି ସମୟ କାମ ମଧ୍ୟ କରିଥିଲେ।କିନ୍ତୁ ହଠାତ୍ ଅଫିସ ରୁ ଚାଲି ଆସିଥିଲେ।ପରେ ତାଙ୍କୁ ସହକର୍ମୀ ବାରମ୍ବାର ଫୋନ୍ କରିବା ପରେ ମଧ୍ୟ ଫୋନ୍ ଉଠାଇ ନ ଥିଲେ।କିନ୍ତୁ କିଛି ସମୟ ପରେ ସେମାନେ ରହୁଥିବା ଫ୍ଲାଟ୍ କୁ ସଫେଇ କର୍ମୀ ଆସି ଭିତରୁ ବନ୍ଦ ଓ ବାହାରୁ ତାଲା ଖୋଲା ଥିବା ଦେଖି ବାରମ୍ବାର କଲିଙ୍ଗ ବେଲ ବଜାଇ ଥିଲା କିନ୍ତୁ ଭିତରୁ କୌଣସି ଜବାବ ମିଳି ନଥିଲା। ଆପାର୍ଟମେଣ୍ଟ ତଳେ ସୁଧାଂସୁ ଙ୍କ ମୋଟର ସାଇକେଲ ଥିବା ଦେଖି ସନ୍ଦେହ ହବା ରୁ ଅଫିସ କର୍ମଚାରୀଙ୍କୁ ସୂଚନା ଦେଇଥିଲା ସଫେଇ କର୍ମଚାରୀ।ସୂଚନା ପାଇ ପୁଲିସ ଆସି କବାଟ ଭାଙ୍ଗି ଫ୍ଲାଟ୍ ରେ ପଶି ସୁନ୍ଧାଂସୁ କୁ ଫ୍ୟାନ ରେ ଝୁଲୁଥିବା ଦେଖିଥିଲେ।ତେବେ ଆତ୍ମହତ୍ୟା ର କାରଣ ଜଣା ପଡ଼ି ନ ଥିବାବେଳେ ପୁଲିସ ଅଧିକ ତଦନ୍ତ କରୁଅଛି।

