Img 20250630 wa0146

ମୟୂରଭଞ୍ଜ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ରାଜ୍ୟ
 ବାରିପଦା : ମୟୂରଭଞ୍ଜ ଜିଲ୍ଲା  ସଂସ୍କୃତି ଅଧିକାରୀ  ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।   ଏଥିରେ ଇଉ.ଭି.କେ କେନ୍ଦ୍ରର  ସମ୍ପାଦକ ଜନ୍ ଜର୍ଜ୍ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଫୋର୍ଡ ର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା  ମଞ୍ଚ ପରିଚାଳନା କରିଥିଲେ ।  କଳା  ସଂସ୍କୃତି ମଞ୍ଚର ଉପସଭାପତି  ହାଡ଼ିବନ୍ଧୁ କର ସ୍ବାଗତ ସଙ୍ଗୀତ ଗାନ କରିଥିଲେ ।  ମୁଖ୍ୟ ଅତିଥି    ଡକ୍ଟର  ସତ୍ୟଜିତ ନାୟକ ଡି.ଆଇ.ଜି ବାଲେଶ୍ଵର, ସ୍ଵତନ୍ତ୍ର ଅତିଥି ନେତ୍ରାନନ୍ଦ ମଲ୍ଲିକ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ  ଯୋଗ ଦେଇ ଶ୍ରୀ ସେଠୀ ଙ୍କର ପ୍ରଚେଷ୍ଟା , ଉତ୍ସାହ , ପ୍ରେରଣା ଓ ଭଞ୍ଜମାଟି କଳାକାର ମାନଙ୍କ ହୃଦୟରେ  ସବୁଦିନ ସ୍ମରଣୀୟ ହୋଇ ରହିବେ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଳାକାର ମଞ୍ଚ,  ପାଠାଗାର , ସ୍ବେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପାଠାଗାରା କୁ ଆସୁଥିବା ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ । ଅତିଥିଙ୍କ ଦ୍ଵାରା ସଂସ୍କୃତି ଅଧିକାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥି ସହିତ ବିଭିନ୍ନ ସଂଗଠନ ମାନେ ଉପହାର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ବିଭାଗର  ସହକର୍ମୀ ବୃନ୍ଦ ଯୋଗଦେଇଥିଲେ। ସର୍ବଶେଷରେ ପ୍ରଦୀପ କୁମାର ଦାସମହାପାତ୍ର ସଂକଳ୍ପ ର  ସମ୍ପାଦକ ସମସ୍ତଙ୍କୁ  ଧନ୍ୟବାଦ୍ ଅର୍ପଣ କରିଥିଲେ ।
Shrutilipi ad