ଭିଜିଲାନ୍ସ ରାୟ, ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଦୁଇ ପୂର୍ବତନ ସରକାରୀ ଅଧିକାରୀ ଙ୍କୁ ଜେଲଦଣ୍ଡ ସମେତ ଜୋରିମାନା

ରାଜ୍ୟ

ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ପୂନ୍ନିମା ଜେନା ଏକ ଭିଜିଲାନ୍ସ ମାମଲାର ବିଚାର କରି ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀ ଯଥା ମୟୁରଭଞ ଜିଲା ଶୁଳିଆପଦା ଥନା ଅନ୍ତର୍ଗତ ସିଙ୍ଗଡା ଗ୍ରାମର ସୁରେନ୍ଦ୍ର ମୋହନ ନାଏକ (୬୭) ଏବଂ ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଟେନଟେଇ ଗ୍ରାମ ରଘୁନାଥ କର (୬୯) ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ପ୍ରଦାନ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ ଓଡିଶା ସରକାର ଙ୍କ ପଞ୍ଚୟତରାଜ ବିଭାଗ ର ଏନଆରଇଜିଏସ ସ୍କିମ ରେ ଥିବା ମଲ୍ଟିପରପସ ଫାର୍ମ ଫଣ୍ଡ ର ଏସଟି , ଏସସି ଏବଂ ବିପିଏଲ ପରିବାରବର୍ଗ ଙ୍କ ଆର୍ଥିକ ସ୍ୱଛଳ ପାଇଁ ଯୋଜନା ରେ ଆସିଥିବା ଟଙ୍କାକୁ ଜାଲିଜାତି କରି ମିଛ ବେନିପୀସିଆରୀ ଙ୍କ ନାମ ଦେଇ ପାଖାପାଖି ଦେଢ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱ ହଡପ କରିଥିବାର ଭିଜିଲାନ୍ସ ବିଭାଗ ତଦନ୍ତ ରୁ ଜାଣିବାକୁ ପାଇଥିଲା । ଉକ୍ତ ସମୟରେ ସୁରେନ୍ଦ୍ର ମୋହନ ନାଏକ କପ୍ତିପଦା ବ୍ଲକ ରେ ଆସିଷ୍ଟାଣ୍ଟ ଫିସାରୀ ଅଫିସର ଏବଂ ରଘୁନାଥ କର ଆସିଷ୍ଟାଣ୍ଟ ଫିସାରୀ ଅଫିସର ଭାବେ ବାରିପଦା ମୁଖ୍ୟ ଫିସାରୀ ବିଭାଗ ରେ କାର୍ଯ୍ୟକରୁଥିଲେ । ଏହାକୁ ନେଇ ବାଲେଶ୍ୱର ଭିଜିଲାନ୍ସ କେସ ନମ୍ବର ୧୪/୨୧-୩-୨୦୧୨ ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ଉକ୍ତ କେସର ବିଚାର କରାଯାଇ ମାନ୍ୟବର ଭିଜିଲାନ୍ସ ଅଦାଲତ ପକ୍ଷରୁ ଦଫା୧୩(୧)(ସି)(ଡି) ରିଉ ଉଇଥ ୧୩(୨) ପିସି ଆକ୍ଟ ୪୬୮,୪୦୯,୪୭୧, ୪୭୭(ଏ), ୧୨୦(ବି) ଅନୁଯାୟୀ ଉଭୟଙ୍କୁ ଦଣ୍ଡ ପ୍ରଦାନ କରାଯାଇଥିବାବେଳେ ପ୍ରତ୍ୟେକଙ୍କୁ ସର୍ବଧିକ ତିନି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ପ୍ରତ୍ୟେକ ଙ୍କୁ ସମୁଦାୟ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଲେଖାଏଁ ଜୋରିମାନା ଅନେଦେୟ ଅଧିକ ଏକ ବର୍ଷ ଛଅ ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରାଯାଇଅଛି । ଏଥି ସହିତ ଭିଜିଲାନ୍ସ ବିଭାଗ ପକ୍ଷରୁ ଉଭୟ ଙ୍କ ପେନସନ କୁ ବନ୍ଦ କରିବାକୁ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଅଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ ।

Shrutilipi ad