ବାରିପଦା: ଆଜି ସୋମବାର ଏକ ହତ୍ୟା ମାମଲାର ବିଚାର କରି ଆଡିସନାଲ ସେସନ ଜଜ୍ କମ ସ୍ପେସାଲ ଜଜ୍ ଭିଜିଲାନ୍ସ ବାରିପଦା ପୂନ୍ନିମା ଜେନା ଅଭିଯୁକ୍ତ ହତ୍ୟାକାରୀ ମୟୁରଭଞ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାଣ୍ଡ୍ରା (କୁମ୍ଭିରମୁଣ୍ଡି) ଗ୍ରାମର ସୁନାରାମ ସିଂ ଙ୍କ ପୁଅ କାହ୍ନୁ ସିଂ(୩୬) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ମମଲାର ବିବରଣୀ ରୁ ପ୍ରକାଶ ଯେ ଅଭିଯୁକ୍ତ କାହ୍ନୁ ସିଂ ଘଟଣା ଘଟିବାର ଆଠ ବର୍ଷ ପୂର୍ବରୁ ଅଞଳୀ ସିିଂ ଙ୍କୁ ବୈଦିକ ରିତୀ ନୀତି ଅନୁଯାୟୀ ବିବାହ କରିଥିଲା । ବିବାହ ପରେ କାହ୍ନୁ ସିଂ ସ୍ତ୍ରୀ ଅଞଳୀ କୁ ବାରମ୍ବାର ଯୈାତୁକ ନିର୍ଯ୍ୟାତନା ଦେଇଆସୁଥିଲା । ଏପରିକି ଅଞଳୀ ଙ୍କୁ ପିଟାମରା କରିବା ସହ ନାନାଦି ପ୍ରକାର ମାନସିକ ନିର୍ଯ୍ୟାତନା ଦେଇଆସୁଥିଲା । ଏ ନେଇ ପୂର୍ବରୁ ମଧ୍ୟ ଅଞଳୀ ଙ୍କ ପରିବାରବର୍ଗ ଙ୍କ ପକ୍ଷରୁ ଝାରପୋଖରିଆ ଥାନାରେ ଅଭିଯୋଗ ହୋଇଥିଲା । ୨୧-୪-୨୦୨୨ ରିଖ ରାତ୍ରୀରେ ଅଭିଯୁକ୍ତ କାହ୍ନୁ ସିଂ ସ୍ତ୍ରୀ ଅଞଳୀ କୁ ନିର୍ଯ୍ୟାତନା କରିବା ସହ ଏକ ଲାଠିରେ ପ୍ରହାର କରିଥିଲା । ଫଳରେ ଅଞଳୀର ଘଟଣାସ୍ଥଲରେ ମୃତ୍ୟୁ ଘଟିଥିଲା । ଏ କଥା ଅଞଳୀର ପରିବାରବର୍ଗ ଜାଣିବାପପରେ ଭାଇ ନାରାୟଣ ସିଂ ଅଞଳୀ ର ଘରକୁ ଯାଇ ଦେଖିବା ପରେ ତାର ମୃତ୍ୟୁ ଘଟିସାରିଥିଲା । ଏ ବାବଦରେ ନାରାୟଣ ସିଂ ଙ୍କ ପକ୍ଷରୁ ଝାରପୋଖରିଆ ଥାନାରେ ଅଭିଯୋଗ ମୁତାବକ କେସ ନମ୍ବର ୯୧/୨୨-୪-୨୦୨୨ ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭି୍ଯୁକ୍ତ କାହ୍ନୁ ସିଂ କୁ ତହିଁ ପରଦିନ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମୁଚାୟ ଆଠ ଜଣ ସାକ୍ଷୀ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ ପାଇଅଛି ।

