ଆଗରପଡ଼ା :ଭାରତୀୟ ଜନତା ପାର୍ଟି ନେତୃତ୍ୱରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ ବର୍ଷ ଏବଂ ଓଡିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଭାରତର ଅମୃତ କାଳ, ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଯୋଜନାରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ଦଳୀୟ କର୍ମୀ ମାନେ ଆଗଭର ହୋଇ ଘରେ ଘରେ ସଚେତନତାର ବାର୍ତ୍ତର୍ା ପହଞ୍ଚେଇବାକୁ ବନ୍ତ ବ୍ଲକ ଡ.ମହତାବ ମଣ୍ଡଳ ସ୍ତରୀୟ କର୍ମୀ ସମାବେଶରେ ଭଦ୍ରକ ବିଧାୟକ ସୀତାଶୁଂ ମହାପାତ୍ର କହିଛନ୍ତି । ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ସଭା ସଚାଂଳନରେ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ପ୍ରଧାନମନ୍ତ୍ରୀ ମୋଦୀଜିଙ୍କ ବିକଶିତ ଭାରତ ବର୍ଷ ଗଠନରେ ସହଭାଗିତା ହେବାକୁ ସେ ମାର୍ଗଦର୍ଶନ କରିଥିଲେ । ବରଡେଶ୍ୱର ମଣ୍ଡଳ ସଭାପତି ଇଂ.ପ୍ରମୋଦ ଜେନା,ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ତପନ ମହାନ୍ତି ,ବରିଷ୍ଠ ଆଇନଜୀବୀ ମାଧବାନନ୍ଦ ଦାସ, ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ ପ୍ରମୁଖ କର୍ମୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଶେଷରେ ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଭାରତମାତା, ଦୀନଦୟାଲ ଉପାଧ୍ୟାୟ ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଶୋକ ପରିଡା, ଚିନ୍ମୟ ମହାପାତ୍ର, ମଦନ କଟୁଆଳ, ରାଜିବ୍ ଲୋଚନ ରାୟ, ପ୍ରଦୀପ ପୁହାଣ, ରବିନ୍ଦ୍ର ପଣ୍ଡା, ମଦନ ମୋହନ ଦାଶ, ବିଷ୍ଣୁୁ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ରାଉତ୍,ସୁବାଷ ପଣ୍ଡା,ଅତିଶୀ ପଣ୍ଡା, ଶିବନାରାୟଣ ସିଂହ, ତପନ ଦାସ, ବୁଟୁ ପାଢି, ପୂର୍ଣ୍ଣ ପାତ୍ର, ସାବିତ୍ରୀ ସାହୁ, ବାବୁରାମ ବେହେରା, ଚନ୍ଦ୍ର ଶେଖର ବେହେରା, ରାମନାରାୟଣ ଦାଶ, ନରତମ ଦାସ, ସୁରେନ୍ଦ୍ର କର, ରମାକାନ୍ତ ନାୟକ, ମହେନ୍ଦ୍ର ପୁହାଣ, କୁଶ ସାହୁ , ବସନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

