ମୟୁରଭଞ୍ଜ ଜିଲ୍ଲା ସମେତ ଶିମିଳିପାଳ ର ବିଭିନ୍ନ ଅଞ୍ଚଳରେ ବୃଷ୍ଟିପାତର ପରିମାଣ

ରାଜ୍ୟ

ବାରିପଦା: ଗତକାଲି ମୟୁରଭଞ୍ଜ ଜିଲା ରେ ହୋଇଥିବା ପ୍ରବଳ ବୃଷ୍ଟିପାତ ଯୋଗୁଁ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳ ସମେତ ଶିମିଳିପାଳ ର ବିଭିନ୍ନ ଅଞ୍ଚଳରେ ବୃଷ୍ଟିର ପରିମାଣ ବୃଦ୍ଧିପାଇଅଛି । ଫଳରେ ବିଭିନ୍ନ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇଅଛି । ରେକର୍ଡ କରାଯାଇଥିବା ବୃଷ୍ଟିର ପରିମାଣ ଅନୁସାରେ ଶିମିଳିପାଳ ର ଭଞବସା ଠାରେ ସର୍ବାଧିକ ୨୫୭.୮୧ ଏବଂ ଠାକୁରମୁଣ୍ଡା ଠାରେ ସର୍ବନିମ୍ନ ୮.୮୯ ମିଲିମିଟର ରେକର୍ଡ କରାଯାଇଅଛି । ସେହିପରି ଅନ୍ୟାନ୍ୟ ସ୍ଥାନ ଯଥା ରାମତୀର୍ଥ ୪୦.୧୩, ଚହଲା ୫୫.୨୦ , ବରେଇପାଣି ୭୩.୬୬ , ନଅଣା ନର୍ଥ ୫୬.୬୦ , ନଅଣା ସାଉଥ ୨୪.୪୦ , କବାଟଘାଇ ୭୩.୬୦ , କେନ୍ଦୁମୁଣ୍ଡି ୭୩.୦୨ , ସାତକୋଶିଆ ୯୩.୯୮ , ପୋଡାଡିହା ୧୫୩.୬୭ , ୟୁବିକେ ୧୧୨.୨୦ , ଜେନାବିଲ ୧୦୭.୯୫ , କୁଲିପାଲ ୧୫୮.୪୯ , ଡୁକୁରା ୫୬.୬୪ , ବାରିପଦା ୧୯୩.୨୯, ପିଠାବଟା ସାଉତ ୬୧.୯୭ ଏବଂ ପିଠାବଟା ନର୍ଥ ୮୧.୨୦ ମିଲିମିଟର ବର୍ଷା ହୋଇଅଛି । ସେହିପରି ଜିଲାର ୨୬୭୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ କୁଳିଅଣା ବ୍ଲକ ଅଞ୍ଚଳରେ ସର୍ବାଧିକ ୩୨୦ ମିଲିମିଟର ଏବଂ ଶୁକ୍ରୁଳି ବ୍‌କ ଅଞ୍ଚଳରେ ସର୍ବନିମ୍ନ ୨୨.୪ ବର୍ଷା ରେକର୍ଡ କରାଯାଇଅଛି । ସେହିପରି ଶାମାଖୁଣ୍ଟା ୧୮୦ , ବଡସାହି ୪୨ , ବେତନଟୀ ୬୦ , ମୋରଡା ୭୯ , ରାସଗୋବିନ୍ଦପୁର ୬୦ , ସାରସକଣା ୨୪୯ , ଶୁଳିଆପଦା ୨୫୦ , ବାଙ୍ଗିରିପୋଷି ୧୯୮ , ବାରିପଦା ୧୪୬ , ଖୁଣ୍ଟା ୪୪ , ଜିବିନଗର ୪୬ , ଉଦଳା ୧୦୭ , କପ୍ତିପାଦା ୯୧ , ବିଶୋଇ ୧୨୬ , ବିଜାତଳା ୧୦୫ , ରାଇରଙ୍ଗପୁର ୧୨୨ , କୁସମୀ ୯୬ , ଜାମଦା ୪୩ , ବହଳଦା ୬୦.୨ , ତିରିଙ୍ଗ ୭୫.୨ , ଯଶିପୁର ୨୯ , ଠାକୁରମୁଣ୍ଡା ୫୫ ଏବଂ ରରୁଆଁ ୪୩ ମିଲିମିଟର ବର୍ଷା ରେକର୍ଡ କରାଯାଇଅଛି । ଆଗକୁ ଜିଲାରେ ବର୍ଷା ର ପରିମାଣ ବୃଦ୍ଧି କୁ ଆଖିଆଗରେ ରଖି ଆସନ୍ତାକାଲି ୩୦ ତାରିଖ ରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଏବଂ ଅଙ୍ଗନଓାଡି କେନ୍ଦ୍ର ଗୁଡିକ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଅଛି ।

Shrutilipi ad