ବାରିପଦା : ଦିନକୁ ଦିନ ସାପ କାମୁଡା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ସପ୍ତାହକ ମଧ୍ୟରେ ଦୁଇଟି ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ବଖମନଘାଟୀ ଉପଖଣ୍ଡରେ ଘଟିଲାଣି ।ସୂଚନାଯୋଗ୍ୟ ଯାମଦା ଥାନା ଅନ୍ତର୍ଗତ ମାନବୀୟ ପଞ୍ଚାୟତର ରାମ ସିଂଙ୍କ ପତ୍ନୀ ଯୁମୁନା ପର୍ତି ରାତିରେ ଖାଇ ପିଇ ଶୋଇଥିଲେ ।
ସକାଳ ହେବାରୁ ନ ଉଠିବାରୁ ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ଯାତ୍ରା ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୪/୨୫ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

