ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତିଲାଭ କରିଥିବା ଶ୍ରୀ ଶ୍ରୀ ହରିବଳଦେବଜୀଉ ବିଜେ ବାରିପଦା ର ପବିତ୍ର ଘୋଷଯାତ୍ରା ଆରମ୍ଭ ହୋଇଯାଇଅଛି । ଆଜି ତିନି ଦିଅଁ ଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପହଣ୍ଡିବିଜେ କରାଯାଇ ରଥାରୂଢ କରାଯାଇଅଛି । ଆଜି ଶୁକ୍ରବାର ସକାଳ ସମୟରେ ମହାପ୍ରଭୁ ମାନଙ୍କ ନିକଟରେ ମଙ୍ଗଳ ଆରତୀ , ମହାସ୍ନାନ, ଅବକାଶ ନିତି, କଳସ ଓ ରଥ ପ୍ରତିଷ୍ଠାପରେ ଦିବା ୧୦ .୩୦ ରୁ ୧୧. ୩୦ ମିନିଟ ମଧ୍ୟରେ ଶ୍ରୀ ଶ୍ରୀ ମା ଅମ୍ବିକା ଠାକୁରାଣୀ ଙ୍କର ଦାସୀ ରଥ ଖଳାକୁ ଆସି ରଥ ପ୍ରଦିକ୍ଷଣ କରିବାପରେ ଅପରାହ୍ନ ୨ ଟାରୁ ୩ ଟା ମଧ୍ୟରେ ଚକାଛଡା କାର୍ଯ୍ୟ ସମାପନ ପରେ ୩.୩୦ ରୁ ୪ ଟା ମଧ୍ୟେ ମହାରାଜା ଙ୍କ ଦ୍ୱାରା ଛେରା ପହଁରା ପରେ ରଥ ଉପରକୁ ମହାପ୍ରଭୁମାନଙ୍କର ଶ୍ରୀ ଗୁଣ୍ଡିଚା ପହଣ୍ଡି ବିଜେ ଆରମ୍ଭ ହୋଇଥିଲା ।

ରାତ୍ର ପାଖାପାଖି ୮.୩୦ ସମୟରେ ମହାପ୍ରଭୂୁ ମାନଙ୍କର ମହାପ୍ରଭୁ ମାନଙ୍କର ପହଣ୍ଡି ସମ୍ପନ୍ନ ହୋଇଥିଲା । ମାଧ୍ୟାନ୍ନରେ ସମସ୍ତ ଠା ନିତୀ ପରେ ପହଡ , ପୁନର୍ବାର ପହଡ ଭଙ୍ଗା ଆଳତୀ ହେବା ପରେ ଆରିସା ପିଠା ଓ ଛେନା ପଣା ଲାଗି ହୋଇଥିଲା । ଏହାପରେ ପ୍ରଚଳୀତ ନିତୀ ଅନୁସାରେ ମହାରାଜା ଙ୍କ ଦ୍ୱାରା ଛେରାପହଁରା ହେବାପରେ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡି ବିଜେରେ ରଥାରୂଢ ହୋଇଥିଲେ । ଅପରାହ୍ନ ୪ ଟା ପରେ ପ୍ରଥମେ ମହାପ୍ରଭୂୁ ବଳଭଦ୍ର ଗୋଟିପହଣ୍ଡିରେ ବିଜେ ହୋଇ ତାଳଧ୍ୱଜ ରଥାରୂଢ ହେବାପରେ ଦେବୀ ସୂଭଦ୍ରା ଓ ସୂଦର୍ଶନ ପହଣ୍ଡି ବିଜେହୋଇ ଦର୍ପଦୋଳନ ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ନନ୍ଦିଘୋଷ ରଥ କୁ ଆସିଥିଲେ । ଆଜି ତିନିଠାକୁ ର ଙ୍କୁ ଭକ୍ତମାନେ ରଥାଖଳାରେ ଏକା ସାଙ୍ଗରେ ତିନିରଥ ଉପରେ ଦର୍ଶନ କରିବେ । ବଡଜଗନ୍ନାଥ ମନ୍ଦିରର ପରମ୍ପରା ଓ ପ୍ରଚଳିତ ନୀତି ରିତୀ ଅନୁସାରେ ବାରିପଦାଠାରେ ରଥଟଣା ଦୁଇଦିନଧରି ହୋଇଥାଏ ।
ଆଜି ତିନି ଠାକୁର ରଥାରୂଢ ହୋଇ ରଥଖଳାରେ ଏକାସଙ୍ଗେ ତିନିରଥ ଉପରେ ରହିବା ପରେ ଆସନ୍ତାକାଲି ଶନିବାର ଏବଂ ରବିବାର ଦୁଇଦୁନ ଧରି ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରଥ ଉପରେ ମହାପ୍ରଭୁ ମାନଙ୍କର ସମସ୍ତ ରୀତି ନୀତି ସମ୍ପାଦନ ହେବା ପରେ ଅପରାହ୍ନ ୨. ୩୦ ମିନିଟ ରେ ରଥଟଣା ଆରମ୍ଭ ହେବ । ପ୍ରଥମଦିନ ବଳଭଦ୍ର ଙ୍କ ତାଳଧ୍ୱଜ ରଥ କୁ ଭକ୍ତମାନେ ଟାଣି ମାଉସୀ ମା ମନ୍ଦିର ପାଖରେ ପହଞ୍ଚାଇବାପରେ ପୂଣି ଦ୍ୱିତୀୟ ଶ୍ରୀକ୍ଷେତ୍ର ରେ ପ୍ରଚଳିତ ପ୍ରଥା ଅନୁଯାୟୀ ମା ସୁଭଦ୍ରା ଙ୍କ ରଥ କୁ କେବଳ ମହିଳମାନେ ରଥଖଳା ପାଖରୁ ଟାଣିଆଣି ଟାଉନଥାନା ସମୁଖ ତଥା ବଡଦାଣ୍ଡର ନାଭିକେନ୍ଦ୍ର ପାଖରେ ପହଞ୍ଚାଇବେ । ପୁଣି ତହିଁ ପରଦିନ ରବିବାର ଅଧାବାଟରୁ ମା ସୁଭଦ୍ରା ଙ୍କ ରଥକୁ ମହିଳାମାନେ ଟାଣି ମାଉସିମା ମନ୍ଦିର ପାଖରେ ପହଞ୍ଚାଇବାପରେ ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ କୁ ରଥଖଳା ପାଖରୁ ଭକ୍ତମାନେ ଟାଣିଆଣି ମାଉସୀମା ମନ୍ଦିର ପାଖରେ ପହଞ୍ଚାଇବେ ।
ଏହାପରେ ପ୍ରଥା ଅନୁଯାୟୀ ରଥ ଉପରୁ ଗୁଡରେ ପ୍ରସ୍ତୁତ ଲଡୁକୁ ଭକ୍ତମାନ ଙ୍କ ଉପରକୁ ରଥ ଉପରୁ ଫିଙ୍ଗିବା ଓ ଭକ୍ତମାନେ ଏହି ଲଡୁକୁ ପାଇବା ପାଇଁ ପରଷ୍ପର ମଧ୍ୟରେ ପ୍ରତିଯୋଗିତା ର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର ହୋଇଥାଏ । ଆଜି ପାଗଥିଲା ସଂପୂନ୍ନ ଅନୁକୂଳ । ତେଣୁ ପହଣ୍ଡ ଦର୍ଶନ କରିବାପାଇଁ ଭକ୍ତମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ଆଜିକାର ଏହି ପହଣ୍ଡି କାର୍ଯ୍ୟକ୍ରମ ଜିଲାପାଳ , ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲାପାଳ , ସହକାରୀ ଜିଲାପାଳ , ଆରକ୍ଷୀ ଅଧିକ୍ଷକ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକରୀମାନଙ୍କ ପ୍ରତ୍ୟକ୍ଷତତ୍ତ୍ୱାବଧାନରେ ଆଜିକାର ଏହି ପହଣ୍ଡି କାର୍ଯର୍୍ୟ ସମାପନ ହୋଇଥିଲା ।
(ଫଟୋ)

