Img 20250625 wa0174

ଜୁନ ମାସର ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ: 2025 ସମାରୋହ

ରାଜ୍ୟ

ବାରିପଦା: ସ୍ଥାନୀୟ ଶହୀଦ ସ୍ମୃତି ଭବନଠାରେ ‘ମୟୂରଭଞ୍ଜ ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫’ର ସମାରୋହ ତା.25.06.2025 ରିଖରେ ପାଳିତ ହେଇଯାଇଛି| କାର୍ଯ୍ୟକ୍ରମ ଆରମ୍ଭରେ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା | ଏହି ଛଉ ନୃତ୍ୟ ମାଧ୍ୟମରେ ବୃକ୍ଷରୋପଣ ଓ ଯୁଦ୍ଧର କୌଶଳ ପ୍ରଦର୍ଶନ କରାଯାଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ନେତ୍ରାନନ୍ଦ ମଲ୍ଲିକ, ସମ୍ମାନୀୟ ଅତିଥି ଭାବେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମନ୍ୟମ ମହାନ୍ତିଓ ଅନ୍ୟତମ ଅତିଥି ଭାବେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କରସମ୍ପାଦକ ମହେନ୍ଦ୍ରନାଥ ସାମଲ, DDM, NABARD ସ୍ମାରକ ମହାନ୍ତି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବରିଷ୍ଠ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ବାରିପଦା/କପ୍ତିପଦା/ରାୟରଙ୍ଗପୁର /କରଞ୍ଜିଆ, ଜିଲ୍ଲା ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ , ସହକାରୀ ମତ୍ସ୍ୟ ଅଧିକାରୀ, MilkUnion ର ଅଧିକାରୀ ଯୋଗଦେଇ ସମବାୟ ଆନ୍ଦୋଳନର ନର ପ୍ରାକ ପ୍ରାକ ଇତିହାସ ଓ ଛାର ଭବିଷ୍ୟତ ସମ୍ପର୍କରେ ଆଲୋକପା କପାତ କରିଥିଲେ । ସମାରୋହରେ ମୟୂରଭଞ୍ଜ ଖଣ୍ଡ ସମବାୟ ସମିତି ସମୂହର ଉପ-ନିବନ୍ଧକ ଅଶୋକ କୁମାର ପାଣି ପୌରୋହିତ୍ୟ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ | ସମବାୟ ଆଦୋଳନ, ସମବାୟ ମାଧ୍ୟମରେ ଚାଷୀ ତଥା ସମାଜର ପ୍ରଗତି ଏବଂ ସମବାୟ ଅନୁଷ୍ଠାନର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ ।ବରିଷ୍ଠ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ରାୟରଙ୍ଗପୁର ମଣ୍ଡଳ ସମବାୟ ସମିତିର ବିଭିନ୍ନ କାର୍ଯ୍ୟକ୍ରମ ଯଥା ଋଣ ପ୍ରଦାନ, ଧାନ ସଂଗ୍ରହ, ସାର, ବିହନ , କୀଟ ନାଶକ ଔଷଧ ଯୋଗାଣ , ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ର ଉପକାରିତା ବିଷୟରେ ଆଲୋକପାତ କରିଥିଲେ | ଜିଲ୍ଲାର ସମବାୟ ସମିତିର କର୍ମଚାରୀ, ପରିଚାଳନା ପରିଷଦର ସଦସ୍ୟ, ଚାଷୀ ଓ ବିଭିନ୍ନ ବିଭାଗର ଅଧିକାରୀ ମିଶି ମୋଟ 312 ଜଣ ଯୋଗଦେଇଥିଲେ |

ମଞ୍ଚାସୀନ ଅତିଥିମାନେ ନିଜ ନିଜ ବିଭାଗର ଯୋଜନା ଓ ସରକାରୀ ସହାୟତା ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଥିଲେ | ଚାରି ଜଣ ସଫଳ ଚାଷୀ ଯଥା ଦେବବ୍ରତ ସାହୁ, ପଦ୍ମାବତୀ ଦାସ, ଗୁରୁପ୍ରସାଦ ସିଂହ ଓ ଅନୁପମା ସେଠୀଙ୍କୁ ସମ୍ମାନିତ କରାଯାଇଥିଲା | ଦେବବ୍ରତ ସାହୁ ମତ୍ସ୍ୟ ଚାଷ ଉପରେ ନିଜର ଅଭିଜ୍ଞତା ସମ୍ପର୍କରେ ଉପସ୍ଥିତ ଅଧିକାରୀ ଓ ଚାଷୀ ମାନଙ୍କୁ ଅବଗତ କରାଇଥିଲେ | ସେହିପରି ପଦ୍ମାବତୀ ଦାସ ଗୋପାଳନ କରି କିପରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି , ସେ ବିଷୟରେ ଜଣାଇଥିଲେ | ସମବାୟ ବ୍ୟାଙ୍କ ଓ ସମିତିରେ ମିଆଦି ଋଣ ଆବେଦନ କରିଥିବା ଆଠ ଜଣ ଋଣୀଙ୍କୁ ଚେକ ଓ ଅନୁମଦନ ପତ୍ର ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା |

ଶେଷରେ ବସନ୍ତ କୁମାର ନାୟକ ,ସହକାରୀ ନିଜନ୍ଧଳ,ସମବାୟ ସମିତି ସମୂହ,କରଞ୍ଜିଆ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।

Shrutilipi ad