Img 20250626 wa0148

ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ ସମିତି ବୈଠକ

ରାଜ୍ୟ
  • ବିଧାୟକ, ବଡ଼ସାହି ଶ୍ରୀ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ବାରିପଦା – ଆଜି ବଡ଼ସାହି ପଂଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ  ବିଧାୟକ, ବଡ଼ସାହି ଶ୍ରୀ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ ସମିତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଓ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ଯୋଗ ଦେଇଥିବା ବେଳେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ପ୍ରାରମ୍ଭରେ  ବିଧାୟକ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ କରିବାସହ କହିଥିଲେଯେ ଆମମାନଙ୍କ କାର୍ଯ୍ୟ କ୍ଷେତ୍ର ଅଲଗା ଅଲଗା ହୋଇଥାଇ ପାରେ ମାତ୍ର ଉଦେଶ୍ୟ ଗୋଟିଏ, ଲୋକମାନଙ୍କ ପାଇଁ କାର୍ଯ୍ୟ କରି ସେମାନଙ୍କୁ ସେବା ପ୍ରଦାନ କରିବା। ତେଣୁ ଆମେ ସମସ୍ତେ ଆମ ନିଜ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ଯଦ୍ୱାରା ଲୋକମାନେ ଯୋଜନାର ସୁଫଳ ପାଇ ପାରିବେ।
ଉକ୍ତ ବୈଠକରେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଓ ଯୋଜନା ଗୁଡିକର ସ୍ଥିତି, ଅଗ୍ରଗତି ଓ ଉପଲବ୍ଧି  ଉପରେ ମାନ୍ୟବର ବିଧାୟକ ସମୀକ୍ଷା କରିଥିଲେ। ମୁଖ୍ୟତଃ ଆଇନ ଶୃଙ୍ଖଳା, ସରକାରୀ ଜମି ଜବର ଦଖଲ ଉଛେଦ, ଭୂମି ହୀନଙ୍କୁ ଜମି ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ, ଚୋରା ବାଲି ଚାଲାଣ, ଜଙ୍ଗଲରୁ ଚୋରା କାଠ ଚାଲାଣ, ଚୋରା ଓ ବିଷlକ୍ତ ମଦ କାରବାରକୁ ରୋକିବା ସମ୍ଭନ୍ଧରେ ସମୀକ୍ଷା କରିବା ସହିତ ବାଂଲାଦେଶୀ ମୁର୍ଶୀଦାବାଦ ଲୋକଙ୍କ ଦ୍ୱାରା ବେଆଇନ ଭାବେ ସରକାରୀ ଜମି ଜବରଦଖଲକୁ ସମ୍ପୂର୍ଣ୍ଣ ଉଛେଦ ପାଇଁ ବିଧାୟକ ନିର୍ଦେଶ ଦେଇଛନ୍ତି। ସେହିପରି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, କୃଷି,ଉଦ୍ୟାନ କୃଷି, ମତ୍ସ୍ୟ ସ୍ୱାସ୍ଥ୍ୟ, ଗ୍ରାମ୍ୟ ବିଦ୍ୟୁତ ଯୋଗାଣ, ଗ୍ରାମ୍ୟ ଜଳ ଯୋଗାଣ, ଗମନାଗମନ, ପୂର୍ତ୍ତ, ଜଳସେଚନ ଇତ୍ୟାଦି ସମ୍ଭନ୍ଧୀୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଯଦି କିଛି ପ୍ରତିବନ୍ଧକ ଥାଏ ତେବେ  ଏହାର ସମାଧାନ ପାଇଁ ପ୍ରସ୍ତାବ ଦେଲେ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ
ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସୁତାର ଏବଂ ବଡ଼ସାହି ଏ ବି ଡି ଓ ଶରତ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ବୈଠକ ପରିଚାଳନାରେ ବଡ଼ସାହି ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ।
Shrutilipi ad