Img 20250626 wa0143

ଜିଲ୍ଲାସ୍ତରୀୟ ଅନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ

ରାଜ୍ୟ
  • ନିଶାଦ୍ରବ୍ୟର କୁପ୍ରଭାବ ଓ ଚୋରା ଚାଲାଣ ତଥା ନିରାକରଣ ସଚେତନତା ରାଲି ଓ କର୍ମଶାଳା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନ ୧୦ ଘଟିକାରେ ଜିଲ୍ଲାପାଳଙ୍କ କାର‌୍ୟାଳୟ ପରିସରରୁ ଏକ ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ରାଲିଟି ବାରିପଦା ସହର ପରିକ୍ରମା ପୂର୍ବକ ଆଥଲେଟିକ ସଂଘ ସଭାଗୃହ ବାରିପଦା ଠାରେ ସମାବେଶ ହୋଇଥିଲା । ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜିତ ସୋରେନ ସଭାପତିତ୍ବରେ ଏକ ସଚେତନତା ସଭାର ଆୟୋଜନ କରଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ, ମୁଖ୍ୟ ବକ୍ତା ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ଦାସ, ସନମାନିତ ଅତିଥିଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର କହଁର ତଥା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ମହାବିଦ୍ୟାଳୟ ବାରିପଦା ଶାଖାର ମୁଖ୍ୟ ପରିଚାଳକ ବ୍ରହ୍ମକୁମାରୀ ଉମା ସନମାନନିତ ଅତିଥିଭାବେ ଯୋଗଦେଇଥିଲେ । ଅତିଥିମାନେ ନିଶାଦ୍ରବ୍ୟ ଅପବ୍ୟବହାର ଯୋଗୁଁ ମନୁଷ୍ୟ ଶରୀର ଏବଂ ଜୀବନରେ କୁପ୍ରଭାବ ତଥା ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟମାନ ଅବତାରଣ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ମତାମତ ରଖିଥିଲେ । ଏହି କୂପ୍ରଭାବରୁ ମନୁଷ୍ୟ ସମାଜକୁ ବଞ୍ଚାଇବା ନିମନ୍ତେ ସରକାର ତଥା ସାଧାରଣ ଜନତା ଏବଂ ସ୍ତମ୍ଭକାରଙ୍କ କର୍ତବ୍ୟ ଅତ୍ୟନ୍ତ ଆବଶ୍ୟକ । ପରିଶେଷରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ମହାବିଦ୍ୟାଳୟର ବାରିପଦା ଶାଖା ତରଫରୁ କୁମାରୀ ସଂଗୀତା ଭଉଣୀ ରାଜଯୋଗ ର ଶିକ୍ଷା ଦେବାସହ ଏହାଦ୍ବାରା କିପରି ନିଶାସେବନରୁ ମୁକ୍ତି ପାଇବାରେ ସହାୟକ ହେବ ସେବିଷୟରେ ଆଲୋକପାତ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ଅବକାରୀ ବିଭାଗର କର୍ମଚାରୀ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ, ପ୍ରଜାପିତା ଈଶ୍ବରୀୟ ମହାବିଦ୍ୟାଳୟର ବାରିପଦା ଶାଖାର କର୍ମଚାରୀ ତଥା ସ୍ଵତନ୍ତ୍ର ବିଦ୍ୟାଳୟର (ଦ୍ରୁଷ୍ଟିହିନ ଓ ମୁକ ବଧିର) ର ଶିକ୍ଷକ ତଥା ସ୍ଵେଚ୍ଛାସେବୀ ସଂଗଠନ ଆରଡ଼ିଏସି, ରୋଜ ଓ ମୋନବିକାଶର କର୍ମକର୍ତ୍ତା ମାନେ ଯୋଗଦାନ କରି କାର‌୍ୟ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ।

Shrutilipi ad