Img 20250625 wa0160

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଜ୍ୟ
ବାରିପଦା: ଶୌଚ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜନୈକ ଯୁବକ ଗୁରୁତର ଆହତ ହୋଇଛନ୍ତି । ରାଜନଗର ଥାନା ହନୁମାତବେଡା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ପୋଡଶୀ  ଝାରଖଣ୍ଡ ରାଜ୍ୟ ରାଜନଗର ଥାନା ହନୁମାତବେଡା ଗାଁର ଗମା ସର୍ଦ୍ଦାର(୪୦) ଗତ ରାତିରେ ଶୌଚ ପାଇଁ ଗ୍ରାମର ପୋଖରୀ ନିକଟକୁ ଯାଇଥିଲେ। ତେବେ ହଠାତ୍ ସେହି ସମୟରେ ଏକ ଭାଲୁ ହାବୁଡରେ ପଡି ଯାଇଥିଲେ। ଭାଲୁ ଆକ୍ରମଣରେ ଗମା ଗୁରୁତର ଭାବେ ଆହତ ହୋଇଥିଲେ। ଭାଲୁ ଟି ଜଙ୍ଘରେ କାମୁଡି ଓ ରାମ୍ପୁଡି ଦେବା ଫଳରେ ରକ୍ତାକ୍ତ ଅବସ୍ଥାରେ ହିଁ କୌଣସି ମତେ ସେ ଖସି ପଳାଇ ଆସି ନିଜ ଘରକୁ ପହଞ୍ଚିଥିଲେ । ତେବେ ପୋଡଶୀ ଝାରଖଣ୍ଡ ରାଜ୍ୟର ହସ୍ପିଟାଲ ଦୂରରେ ଥିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ତିରିଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ  ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଅଛି l
Shrutilipi ad