Rewe

ସମାଜସେବୀ ନରେନ୍ଦ୍ର ସିଂହଙ୍କ ପରଲୋକ

ରାଜ୍ୟ

ଆଗରପଡ଼ା : ସ୍ଥାନୀୟ ବିଟିପୁର ଗ୍ରାମର ସମାଜସେବୀ ନରେନ୍ଦ୍ର ସିଂହଙ୍କର ହୃଦାଘାତ ଯୋଗୁଁ ୭୮ ବର୍ଷ ବୟସରେ ପରଲୋକ ଘଟିଛି । ହଠାତ ତାଙ୍କ ଛାତିରେ ଯଂତ୍ରଣା ହେବାରୁ ପ୍ରଥମେ ଆଗରପଡ଼ା ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ଏସସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।ପରଲୋକ ବେଳକୁ ପତ୍ନୀ,ଦୁଇପୁଅ ରାଜେଶ, ରାକେଶ, ଜାମାତା ସାମ୍ବାଦିକ ଅକ୍ଷୟ ସିଂହ ଓ ବାପିଙ୍କ ସମେତ ଅନ୍ୟାନ୍ୟ ଜ୍ଞାତି କୁଟୁମ୍ବ ମାନେ ଉପସ୍ଥିତ ଥିଲେ ।ସେ ଜଣେ ସରଳ, ପରୋପକାରୀ, ଧାର୍ମିକ ବ୍ୟକ୍ତି ଥିଲେ । ପରଲୋକ ଖବରପାଇ ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ,ବରିଷ୍ଠ ବିଜେପି ନେତା ଗୋପାଳକୃଷ୍ଣ ଦାଶ, ପ୍ରଫୁଲ୍ଲ ସିଂହ, ଅନିରୁଦ୍ଧ ସିଂହ,ବରିଷ୍ଠ ନାଗରିକ ସନ୍ତୋଷ ମହାନ୍ତି,ଇଲେଭେନ ଷ୍ଟାର କ୍ଲବ ସଭାପତି ଚିତ୍ତରଂଜନ ରାମଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଶେଷଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Shrutilipi ad