ଆଗରପଡ଼ା :ବଜାର ପନିପରିବା ଦର ଏବେ ଆକାଶଛୁଆଁ ହୋଇଥିବାରୁ ଯାହାର ସିଧାସଳଖ ପ୍ରଭାବ ମଧ୍ୟାହ୍ନ ଭୋଜନ ଉପରେ ପଡ଼ୁଥିଲା । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଚାଉଳ, ଡ଼ାଲି, ଲୁଣ ଓ କାଠ ଆଦିର ଦର ପ୍ରତିଦିନ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ବଜାରରେ ପରିବା ଦର ହୁହୁ ହୋଇ ବଢୁଛି । ଟମାଟୋ,ବାଇଗଣ,ପୋଟଳ,ବୋଇତଆଳୁ ଆଦିର କିଲୋ ପିଛା ଦର ୬୦ରୁ ଶହେ ଟଙ୍କା ଭିତରେ ରହୁଥିବା ବେଳେ । ବର୍ତ୍ତମାନ ଗୋଟିଏ ଅଣ୍ଡାର ବଜାର ଦର ୭ଟଙ୍କା ରହିଛି । ଏହିପରି ସ୍ଥଳେ ସରକାରୀ ସ୍ତରରେ ଏହି ଜିନିଷ ଗୁଡ଼ିକ ବାବଦକୁ ମଂଜୁର ହୋଇଥିବା ଅର୍ଥ ମଧ୍ୟାହ୍ନ ଭୋଜନରେ ସ୍ୱସ୍ଥତା ଆଣିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା । ତେଣୁ ମଧ୍ୟାହ୍ନ ଭୋଜନରେ ସ୍ୱସ୍ଥତା ଆଣିବା ପାଇଁ ସରକାର ଗତ ୨୧ ତାରିଖ (ଶନିବାର) ଏଥିରେ ପରିବର୍ତ୍ତନ ଆଣିଥିବା ଜଣାପଡ଼ିଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ମେ ୧ତାରିଖରୁ ପ୍ରାଇମେରୀ ସ୍କୁଲ ପିଲା ପିଛା ୭ଟଙ୍କା ୬୪ ପଇସାକୁ ବର୍ଦ୍ଧିତ କରି ୧୧ଟଙ୍କା ୧୫ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା୧୦ ଟଙ୍କା ୯୪ ପଇସାକୁ ବର୍ଦ୍ଧିତ କରି ୧୪ଟଙ୍କା ୭୪ ପଇସା ରଖିଛନ୍ତି । ତଥାପି ବର୍ତ୍ତମାନ ବର୍ଦ୍ଧିତ ଅର୍ଥ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବାରେ ସହାୟକ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାଥମିକ ସ୍କୁଲର ପ୍ରତି ପିଲା ମୁଣ୍ଡପିଛା ଚାଉଳ ୧୫୦ ଗ୍ରାମ, ଡ଼ାଲି ୩୦ ଗ୍ରାମ, ତେଲ ୭.୫ ଗ୍ରାମ, ପନିପରିବା ୧୦୦ଗ୍ରାମ ହିସାବରେ ପ୍ରତିଦିନ ଦିଆଯାଇଥାଏ । ଗତ ୧୪-୧୫ ଆର୍ଥିକ ବର୍ଷରେ ପ୍ରତି ୟୁପି ସ୍କୁଲ ପିଲା ପିଛା୬ ଟଙ୍କା ୩ପଇସା, ପ୍ରାଥମିକ ସ୍କୁଲ ପିଲା ପାଇଁ ୪ ଟଙ୍କା ୪ ପଇସା ଓ ବର୍ଷ ୨୦୧୬-୧୭ ଜୁଲାଇ ମାସରୁ ଏହା ବୃଦ୍ଧି ପାଇ ୬ ଟଙ୍କା ୮୩ ପଇସା ଓ ୪ ଟଙ୍କା ୫୮ ପଇସା ହୋଇଥିଲା ଯାହାକି ୨୦୧୮ନଭେମ୍ବର ମାସ ପର୍ଯ୍ୟନ୍ତ ବଳବତ୍ତର ଥିଲା । ସରକାର ୨୦୧୮ ଡ଼ିସେମ୍ବର ୧ ତାରିଖରୁ ଏହି ଦରରେ ପରିବର୍ତ୍ତନ ଆଣି ପ୍ରାଇମେରୀ ସ୍କୁଲ ପିଲା ପିଛା ୪ଟଙ୍କା ୫୮ ପଇସାକୁ ବର୍ଦ୍ଧିତ କରି ୪ଟଙ୍କା ୮୦ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୬ଟଙ୍କା ୮୩ ପଇସାକୁ ବର୍ଦ୍ଧିତ କରି ୭ ଟଙ୍କା ୧୬ ପଇସା ରଖିଥିଲେ । ଯାହାକି ପୂର୍ବରୁ ଥିବା ପ୍ରାଇମେରୀ ସ୍କୁଲ ପିଲା ପିଛା ଦର ଅପେକ୍ଷା ମାତ୍ର ୨୨ ପଇସା ବୃ୍ଦ୍ଧି ପାଇଥିବା ବେଳେ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୩୩ ପଇସା ବୃଦ୍ଧି ପାଇଥିଲା । ପୁନଶ୍ଚ ଏଥିରେ ପରିବର୍ତ୍ତନ ଆଣି ସରକାର ଗତ ୨୦୧୯ ଜୁଲାଇ ମାସ ୧ତାରିଖରୁ ପ୍ରାଇମେରୀ ସ୍କୁଲ ପିଲା ପିଛା ୪ଟଙ୍କା ୮୦ ପଇସାକୁ ବର୍ଦ୍ଧିତ କରି ୪ଟଙ୍କା ୯୩ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୭ ଟଙ୍କା ୧୬ ପଇସାକୁ ବର୍ଦ୍ଧିତ କରି ୭ ଟଙ୍କା ୩୬ ପଇସା ରଖିଛନ୍ତି । ଯାହାକି ପୂର୍ବରୁ ଥିବା ପ୍ରାଇମେରୀ ସ୍କୁଲ ପିଲା ପିଛା ଦର ଅପେକ୍ଷା ମାତ୍ର ୧୩ ପଇସା ବୃ୍ଦ୍ଧି ପାଇଥିବା ବେଳେ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୨୦ ପଇସା ବୃଦ୍ଧି ପାଇଥିଲା । ପୁନଶ୍ଚ ଏଥିରେ ପରିବର୍ତ୍ତନ ଆଣି ସରକାର ଗତ ୨୦୨୦ରୁ ପ୍ରାଇମେରୀ ସ୍କୁଲ ପିଲା ପିଛା ୪ଟଙ୍କା ୯୩ ପଇସାକୁ ବର୍ଦ୍ଧିତ କରି ୫ଟଙ୍କା ୪୨ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୭ ଟଙ୍କା ୩୬ ପଇସାକୁ ବର୍ଦ୍ଧିତ କରି ୮ ଟଙ୍କା ୧୦ ପଇସା ରଖିଛନ୍ତି । ଯାହାକି ପୂର୍ବରୁ ଥିବା ପ୍ରାଇମେରୀ ସ୍କୁଲ ପିଲା ପିଛା ଦର ଅପେକ୍ଷା ମାତ୍ର ୪୯ ପଇସା ବୃ୍ଦ୍ଧି ପାଇଥିବା ବେଳେ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୭୪ ପଇସା ବୃଦ୍ଧି ପାଇଥିଲା । ପରେ ୨୦୨୨ ଅକ୍ଟୋବର ମାସରୁ ପ୍ରାଇମେରୀ ସ୍କୁଲ ପିଲା ପିଛା ୫ଟଙ୍କା ୪୨ ପଇସାକୁ ବର୍ଦ୍ଧିତ କରି ୫ଟଙ୍କା ୯୦ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୮ ଟଙ୍କା ୧୦ ପଇସାକୁ ବର୍ଦ୍ଧିତ କରି ୮ ଟଙ୍କା ୮୨ ପଇସା ରଖିଥିଲେ । ପରେ ଦୀର୍ଘ ୨୨ମାସ ପରେ ଅର୍ଥାତ ୨୦୨୪ ଡିସେମ୍ବର ୧ତାରିଖରୁ ପ୍ରାଇମେରୀ ସ୍କୁଲ ପିଲା ପିଛା ୫ଟଙ୍କା ୯୦ ପଇସାକୁ ବର୍ଦ୍ଧିତ କରି ୭ଟଙ୍କା ୬୪ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୮ ଟଙ୍କା ୮୨ ପଇସାକୁ ବର୍ଦ୍ଧିତ କରି ୧୦ଟଙ୍କା ୯୪ ପଇସା ରଖିଥିଲେ । ଯାହାକି ପୂର୍ବରୁ ଥିବା ପ୍ରାଇମେରୀ ସ୍କୁଲ ପିଲା ପିଛା ଦର ଅପେକ୍ଷା ମାତ୍ର ୧.୭୪ ପଇସା ବୃ୍ଦ୍ଧି ପାଇଥିବା ବେଳେ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୨.୧୨ ପଇସା ବୃଦ୍ଧି ପାଇଥିଲା । ପୁଣି ୨୧.୦୬.୨୦୨୫ ଚିଠି ଅନୁଯାୟୀ ଗତ ମେ ମାସ ୧ ତାରିଖରୁ ପ୍ରାଇମେରୀ ସ୍କୁଲ ପିଲା ପିଛା ୭ଟଙ୍କା ୬୪ ପଇସାକୁ ବର୍ଦ୍ଧିତ କରି ୧୧ଟଙ୍କା ୧୫ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା୧୦ ଟଙ୍କା ୯୪ ପଇସାକୁ ବର୍ଦ୍ଧିତ କରି ୧୪ଟଙ୍କା ୭୪ ପଇସା ରଖିଛନ୍ତି । ଯାହାକି ପୂର୍ବରୁ ଥିବା ପ୍ରାଇମେରୀ ସ୍କୁଲ ପିଲା ପିଛା ଦର ଅପେକ୍ଷା ମାତ୍ର ୩.୫୧ ପଇସା ବୃ୍ଦ୍ଧି ପାଇଥିବା ବେଳେ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୩.୮୦ ପଇସା ବୃଦ୍ଧି କରିଛନ୍ତି । ସରକାର ବଜାର ଦରକୁ ଆଖି ଆଗରେ ରଖି ମଧ୍ୟାହ୍ନ ଭୋଜନ ସହାୟତା ରାଶିରେ ପରିବର୍ତ୍ତନ ଆଣିଥିଲେ ସୁଦ୍ଧା ଏହା ମଧ୍ୟାହ୍ନ ଭୋଜନରେ କେତେ ସ୍ୱଚ୍ଛତା ଆଣିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

