ଆଗରପଡ଼ା :ବନ୍ତ ବ୍ଲକ ଯୁବ ଛାତ୍ର ବିଜେଡ଼ି ପକ୍ଷରୁ ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଏବଂ ବଢୁଥିବା ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବ ଛାତ୍ର ମାନେ ବନ୍ତ ସ୍ଥିତ ଜଳସେଚନ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ବାଜି ଦେଇ ବନ୍ତ ଥାନା ଛକ ନିକଟରେ ପହଂଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରି ବିଭିନ୍ନ ନାରା ବାଜି କରିଥିଲେ । ଏଥିରେ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ବିପିନ୍ ନାୟକ, ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ଚିନ୍ମୟ କୁମାର ଦାସ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସ୍ମୃତିରଞ୍ଜନ ସ୍ୱାଇଁ, ବ୍ଲକ୍ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ୍,ଭବେନ୍ଦ୍ର ସାହୁ,ଶିଶିର କୁମାର ନାୟକ, ଶିଶିର ପାତ୍ର, ସଞ୍ଜୀବ ଦାସ, ଅଜଗର ଅଲ୍ଲୀଙ୍କ ସହ ବହୁ ଛାତ୍ର ଯୁବ ନେତା ଏଥିରେ ସାମିଲ ହୋଇଥିଲେ ।

