Wrerwe

ସାପ କାମୁଡ଼ାରେ ଦେଢ଼ ବର୍ଷର ଶିଶୁକନ୍ୟା ମୃତ

ରାଜ୍ୟ
ବାରିପଦା-  ଚାଲିଛି ବର୍ଷା ଋତୁ । ବର୍ତ୍ତମାନ ପ୍ରଜନନର ଋତୁ ।ସାପମାନେ ଖାଦ୍ୟ ଓ ଗାତରେ ପାଣି ପଶୁଥିବାରୁ ସାପମାନେ ବାହାରକୁ ଖାଦ୍ଯ ଅନ୍ବେଷଣରେ ବାହାରୁଛି ।କିନ୍ତୁ ଦୁର୍ଗମ ଇଲାକାରେ ବସବାସ କରୁଥିବା ଅଂଚଳଵାସୀ ବିଶେଷତଃ ଆଦିବାସୀମାନେ ସଚେତନ ଅଭାବ ଓ ଗରୀଵତାକୁ ନେଇ ସେମାନେ ଶୋଇବା ପାଇଁ  ଖଟ କିଣି ପାରୁ ନାହାଁନ୍ତି ।ଯାହାଫଳରେ ଚଟାଣରେ ଶୋଉଛନ୍ତି   ଗରୀବ ଗୁରୁବା ଜନସାଧାରଣ ।ପାହାଡିଆ ଅଂଚଳରେ ଗୋଖର ,ନାଗ ,ଚିତି,ରଣା ସାପ ବିଶେଷତଂଃ  ଦେଖା ଯାଆନ୍ତି ।ଅନ୍ଧାରି ସୁଯୋଗ ଦେଖି ସେମାନେ ଘର ଭିତରେ ପଶି ଯାଆନ୍ତି ।ତାଙ୍କ ହାବୁଡାରେ ଯିଏ ପଡନ୍ତି ସେମାନେ ଦଂଶନ କରିବାକୁ ଛାଡନ୍ତି ନାହିଁ ।ସାପ କାମୁଡ଼ାରେ  ଵାମନଘାଟୀ ଉପଖଣ୍ଡରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ।ସୂଚନାଯୋଗ୍ୟ  ସୋମବାର ରାତିରେ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ଗ୍ରାମର କାର୍ତ୍ତିକ ସିଂ ପରିବାର‌ଲୋକେ ଖାଇପିଇ ଶୋଇଥିଲେ ।ରାତିରେ ଏକ ବିଷାକ୍ତ ସାପ  କାର୍ତିକର  ଦେଢ ବର୍ଷର କୁନି ଝିଅ ଲକ୍ଷ୍ମୀ ସିଂ କୁ କାମୁଡି ଦେଇଥାଲା ,ଯାହାଫଳରେ ପିଲା ଟି କାନ୍ଦି ଉଠିଥିଲା । ପିଲାର କାନ୍ଦ ଶୁଣି ଘର ଲୋକ ଉଠିପଡ଼ିଥିଲେ l ତାଙ୍କୁ ସଙ୍ଗେ ସଙ୍ଗେ  ଅଟୋରେ ରାଇରଙ୍ଗପୁର‌  ଚିକାତ୍ସାଳୟକୁ ଆଣିଥିଲେ ।ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ ।ତିରିଂ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୫/୨୫ ରୁଜୁ କରି  ମଙ୍ଗଳବାର  ଦିନ‌ ଶଵ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ଝିଅକୁ ହରାଇ ବାପ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି ।
Shrutilipi ad