Img 20250624 wa0153

ବିଦ୍ୟାଳୟରେ ଆଣ୍ଠୁଏ ଆଣ୍ଠୁଏ ପାଣି, ଛାତ୍ରଛାତ୍ରୀ ହନ୍ତସନ୍ତ

ରାଜ୍ୟ
ବାରିପଦା-  ସାମାନ୍ୟ ଲଘୁଚାପ ଜନିତ ଲଗାଣ  ବର୍ଷା ଯୋଗୁଁ ପରିସ୍ଥିତି ହାଲ ଵେହାଲ  ।   ଖାଲ ଖମାଲରେ ପାଣି ଭର୍ତ୍ତି ।ଲୋକେ,ଛାତ୍ରଛାତ୍ରୀ ଥିବା ଯିବାଆସିବାରେ ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି ।ଆଜି ଲଘୁଚାପ ଜନିତ ବର୍ଷା ଯୋଗୁଁ  ଗଢ ଗ୍ରାମର ସରକାରୀ ୟୁପି ସ୍କୁଲ୍ ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଭିତର ରାସ୍ତା ପାଣି ପଚ୍ ପଚ୍ ।ସେହିଭଳି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସନ୍ନିକଟ ଇନ୍ଦିରାଗାନ୍ଧୀ ଶିଶୁ ଉଦ୍ୟାନ ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି ।ଜଳ ନିଷ୍କାସନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆ ଯାଇ ନ ଥିବାରୁ ପାଣି ଛିଡ଼ା ହୋଇ ରହିଛି ।ଯାହା ଫଳରେ କୁନି କୁନି ପିଲାମାନେ ପାଣି ଭିତରେ ବହୁ କଷ୍ଟରେ ଶ୍ରେଣୀ ଗୃହକୁ ଯାଉଛନ୍ତି  ।କେତେବେଳେ ଖାଲ ଖମାଲରେ ଶିଶୁ ମାନେ ପଡ଼ିଯିବେ, ଘଟଣ ଅଘଟଣ ଓ ଘଟିବ କହି ହେବ ନାହିଁ ।ଏହାକୁ ନେଇ ଅଭିଭାବକ ,ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଚିନ୍ତିତ ।ବର୍ଷା ଋତୁ ଆରମ୍ଭ ନ ହେଉଚୁ ଆଜି ଏଭଳି ଅବସ୍ଥା ।ପୁଣି ଆଗକୁ ୪ ଦିନ ଧରି ଲଘୁଚାପ ଜନିତ ବର୍ଷା ଓଡ଼ିଶାକୁ ଛେଚିବ ।ତେଣୁ ପ୍ରଶାସନ କୁନି କୁନି ପିଲାଙ୍କୁ କୁତ୍ରିମ ବନ୍ୟା ପାଣିରୁ ସୁରକ୍ଷା ଦେବା ପାଇଁ ଅଭିଭାବକ ମହଲ ଦାବି କରୁଛନ୍ତି ।
Shrutilipi ad