Injured sibannand barik

ଗୁଳି ଫୁଟାଇ ଟଙ୍କା ଲୁଟ ଉଦ୍ୟମ, ଗୁରୁତର ଅବସ୍ଥାରେ ଯୁବକ ଡାକ୍ତରଖାନାରେ ଭର୍ତ୍ତି

ରାଜ୍ୟ

ବାରିପଦା: ଆଜି ପୂର୍ବାହ୍ନ ପାଖାପାଖି ୧୦.୩୦ ରୁ ୧୧ ଟା ସମୟ ମଧ୍ୟରେ ମୟୁରଭଞ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ନିକଟରେ ଜାତୀୟ ରାଜପଥ ଉପରେ ଜଣେ ଯୁବକ ଉପରେ ଗୁଳିମାଡ କରି ତିନିଜଣ ଯୁବକ ଫେରାର ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି କୁଳିଅଣା ବିଦେଶୀ ମଦଦୋକାନ ରେ କାର୍ଯ୍ୟକରୁଥିବା ଜଣେ ସ୍ଥାନୀୟ ଅଞ୍ଚଳର ଶିବାନନ୍ଦ ବାରିକ ନାମକ ଯୁବକ ଏକ ବାଇକ ରେ ପାଖାପାଖି ଆଠଲକ୍ଷ ଟଙ୍କା ଏକ ବ୍ୟାଗରେ ନେଇ ଦୋକାନ ର ଟଙ୍କା ବାରିପଦା କୁ ଜମା କରିବା କୁ ଆସୁଥିବା ସମୟରେ ବାଇଗଣବାଡିଆ ନିକଟରେ ଏକ ନମ୍ବର ବିହୀନ ବାଇକ ରେ ତିନି ଜଣ ଯୁବକ ହେଲମେଣ୍ଟ ପିନ୍ଧି ତାଙ୍କ ପଛପଟୁ ଆସି ତାଙ୍କ ବାଇକ ଆଗରେ ସେମାନଙ୍କ ବାଇକ କୁ ରଖି ତାଙ୍କୁ ଅଟକାଇ ବନ୍ଧୁକ ରୁ ଗୁଳି ଫୁଟାଇ ପ୍ରଥମେ ଟଙ୍କା ବ୍ୟାଗ କୁ ଛଡାଇବାକୁ ଉଦ୍ୟମ କରିଥିଲେ । ସେମାନେ ପ୍ରଥମେ ବନ୍ଧୁକ ରୁ ଗୁଳି ଶିବାନନ୍ଦ ଙ୍କ ଜଙ୍ଗ କୁ ମାରିଥିଲେ । ମାତ୍ର ଶିବାନନ୍ଦ ଆହାତ ସ ତ୍ତେ ଟଙ୍କା ବ୍ୟାକ କୁ ଜାବୁଡି ଧରି ପାଖରେ ଥିବା ବିଲ ଭିତରକୁ ଦୈାଡି ପଳାଇଥିଲେ । ପୁଣି ଏହି ସମୟରେ ଯୁବକମାନେ ତାଙ୍କ ମଥାକୁ ଲକ୍ଷ୍ୟକରି ପୁଣି ଗୁଳି ଫୁଟାଇଥିଲେ । ମାତ ସୈାଭାଗ୍ୟବଶତଃ ଗୁଳି ଟି ତାଙ୍କ ମଥା କଡରେ ବାଜି ବାହାରି ଯାଇଥିଲା । ସିଏ ଅଳ୍ପକେ ବର୍ତ୍ତ ଯାଇଥିଲେ । ଏହି ଘଟଣା ସମୟରେ ପାଖାପାଖି ଉପସ୍ଥିତ ଥିବା ଲୋକମାନେ ପହଞ୍ଚି ଆସିବାରୁ ତିନିଜଣ ଯୁବକ ବାଇକରେ ସେଠାରୁ ଚମ୍ପଟ ମାରିଥିଲେ । ଆହାତ ଶିବାନନ୍ଦ ଙ୍କୁ ବାରିପଦା ପିଆରଏମ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତ କରାଯାଇଅଛି । ଗୁଳିଟି ତାଙ୍କ ଜଙ୍ଗରେ ଥିବାର ଜଣାପଡିଅଛି । ଖବର ଲେଖାହେବା ପର୍ଯ୍ୟନ୍ତ ସିଏ ସୁସ୍ଥ ଥିବାର ସୂଚନା ମିଳିଅଛି । ଏହି ଘଟଣା ପରେ ଡାକ୍ତରଖାନାରେ ଲୋକମାନଙ୍କର ଗହଳି ଲାଗିଥିଲା । ଉକ୍ତ ତିନିଜଣ ଯୁବକ ବଙ୍ଗାଳି ଭାଷାରେ କଥାବାର୍ତ୍ତା କରୁଥିବାର ସିଏ କହିଛନ୍ତି । ଅନ୍ୟପଟେ ଏହିଭଳି ଘଟଣା କୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଅଛି । ଉକ୍ତ ଜାତୀୟ ରାଜପଥ ପୋଡଶୀ ବେଙ୍ଗଲ ଏବଂ ଝାଡଖଣ୍ଡ ସୀାମ କୁ ଲାଗିଅଛି । ତେଣୁ ଘଟଣା ଘଟାଇ ଯୁବକ ମାନେ ଅନାୟସରେ ପୋଡଶୀ ରାଜ୍ୟ କୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିବା ସହିତ ତଳେ ପଡିଥିବା ଏକ ଗୁଳିକୁ ଜବତ କରିଅଛି । ଖୁବଶୀଘ୍ର ଘଟଣା ଘଟାଇଥିବା ଯୁବକ ମାନଙ୍କୁ ଚିହ୍‌ଟ କରି ଗିରଫ କରିବାକୁ ସାଧାରଣରେ ଦାବୀ କରାଯାଇଅଛି ।

Shrutilipi ad