ଆଗରପଡ଼ା :ଗ୍ରୀଷ୍ମ ଅବକାଶ ପରେ ସୋମବାର ସ୍କୁଲଗୁଡ଼ିକ ଖୋଲିଛି । ଏହି ଅବସରରେ ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଓଡ଼ଙ୍ଗ ଜେକେ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ସ୍ୱାଗତ ଉତ୍ସବର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ସିଆରସିସି ପରମେଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତା ଓ ପ୍ରଧାନଶିକ୍ଷକ ମାଧବାନନ୍ଦ ମୁଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପ୍ରଦୀପ ପଲେଇ, ସତ୍ୟାନନ୍ଦ ଜେନା, ସନାତନ ଦାସ, ନିରଞ୍ଜନ ବେହେରା, ବିସୟା ପଲେଇ, ନୟନା ଜେନା, ମମତା ଗିରି, ଅନୁପମା ମଲ୍ଲିକ, ପ୍ରଫୁଲ୍ଲ ଦାଶ ପ୍ରମୁଖ ଶିକ୍ଷକ,ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ । ଅନୁରୂପ ଭାବେ ଅନ୍ୟାନ୍ୟ କ୍ଳଷ୍ଟଟରେ ମଧ୍ୟ ସ୍ୱାଗତ ଉତ୍ସବ ପାଳିତ ହୋଇଯାଇଛି ।

