Photo1 for the news of subecha

ଆଗରପଡ଼ା ନୂତନ ଥାନାଧିକାରୀଙ୍କୁ ଶୁଭେଚ୍ଛା

ରାଜ୍ୟ

ଆଗରପଡ଼ା :ଆଗରପଡ଼ା ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀଭାବେ ଦେବରାଜ ଜେନା ଯୋଗ ଦେଇଛନ୍ତି । ତାଙ୍କୁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଉଛି । ଗତ ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ ଓ ଆଜି ବିଜେପି ଫକ୍ଷରୁ ଡ. ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ପ୍ରାକ୍ତନ ସଭାପତି ଗୋପାଳକୃଷ୍ଣ ଦାଶ,ଯୁବନେତା ପ୍ରୀତିଶକାନ୍ତ ଶତପଥୀ, ଜ୍ୟୋତିଶଙ୍କର ପଣ୍ଡା, ଚିନ୍ମୟ ମହାପାତ୍ର, ଶୁଭେନ୍ଦୁ ବେହେରା, ଅଶୋକ ପରିଡ଼ା, ସୁବାସ ପଣ୍ଡାଙ୍କ ସମେତ ବିଭିନ୍ନ ପଂଚାୟତ ସ୍ତରୀୟ ନେତାମାନେ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ସେହିପରି ବୈଦ୍ୟୁତିକ ଗଣମାଧ୍ୟମ ପକ୍ଷରୁ ବାବୁରାମ ବେହେରା, ନୃସିଂହ ଖୁଣ୍ଟିଆ, ଶ୍ୟାମସୁନ୍ଦର ଦାସ ପ୍ରମୁଖ ପ୍ରତିନିଧିମାନେ ମଧ୍ୟ ଥାନାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Photo2 for the news of subecha

Shrutilipi ad